OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 8th March 2022

Odia Rashiphala

Odia Rashiphala

ଅନ୍ତର୍ନିହିତ ଗୁଣର ପ୍ରସାର ଘଟାଇ ଲୋକସମ୍ପର୍କ ବୃଦ୍ଧି କରିପାରନ୍ତି । ଉପାର୍ଜନକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ଧନବାନ୍ ହେବେ । ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ ।
ତପ-ସାଧନା ପାଇଁ ଏକାନ୍ତବାସକୁ ଆଦରି ନେଇପାରନ୍ତି । ଅତିଥି ସତ୍କାରରେ ଧନ ବ୍ୟୟ କରିବେ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଭଦ୍ରୋଚିତ ବ୍ୟବହାର କରି ପରକୁ ଆପଣାର କରିପାରନ୍ତି ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । ଅକ୍ଷୟ କୀର୍ତ୍ତି ସ୍ଥାପନ କରିବାରେ ସଫଳ ହେବେ । ଗୁଣର ପ୍ରସାର ଘଟିବ । ଭୋଗୀ ଓ ବିଳାସୀ ହେବେ । ପ୍ରସନ୍ନତା ଲାଭ କରିବେ ।
ସରକାରୀ ଅର୍ଥ ପ୍ରାପ୍ତ ହୋଇପାରନ୍ତି । ଗୃହ ପରିବେଶ ଉତ୍ତମ ମାନର ହେବ । କୀର୍ତ୍ତି, ମର୍ତ୍ତି , ସ୍ୱତ୍ୱ, ସନ୍ତୋଷ ସବୁକିଛି ମିଳିବ । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ଓ ସୁବିମଳ ଯଶର ଅଧିକାରୀ ହେବେ ।
ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଚିତ୍ତ ପ୍ରସନ୍ନ ରହିବ । ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ମହିଳା ଗୋଷ୍ଠୀର ନେତୃତ୍ୱ ନେଇପାରନ୍ତି ।
ନିଜ ପ୍ରତି କଠୋର ହୋଇ ଅନ୍ୟ ପ୍ରତି କୋମଳ ମନୋଭାବର ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ବୁଝି, ବିଚାରି କରିବାକୁ ପଡ଼ିବ । ପ୍ରକାଶିତ ଚିତ୍ତର ଅନୁଭୂତିକୁ ପ୍ରୟୋଗ କରି ଅସାଧ୍ୟ ସାଧନ କରିବେ ।
ସୁସ୍ଥ ଓ ନିରାମୟ ରହିବେ । ଆନନ୍ଦ ଉତ୍ସବ ଲାଗି ରହିବ । ସତ୍‌ସଙ୍ଗରୁ ମିଳିବ ଶାନ୍ତି ଓ ସୁଖର ମାର୍ଗ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ସ୍ୱର୍ଣ୍ଣାଦି ବସ୍ତୁଲାଭ କରିପାରନ୍ତି ।
ନିଜ ଉଦ୍ୟମରେ ଦୁଃସ୍ଥିତିରୁ ଉଧୁରିଯିବେ । ଶତ୍ରୁମାନେ ନିରସ୍ତ୍ର ହୋଇ ପଶ୍ଚାତ୍‌ପଦ ହୋଇପାରନ୍ତି । କର୍ମ ଓ ମନ ବିନୀତ ସ୍ୱଭାବର ହେବେ । ଚେତନାର ଉଜ୍ଜ୍ୱଳ ପ୍ରଦୀପ ହୋଇପାରନ୍ତି । ଋଣମୁକ୍ତ ହେବେ ।
କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । କର୍ମ ତତ୍ପରତା ପ୍ରକାଶ ପାଇବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଆର୍ଥିକ ସ୍ଥିତି ଦୃଢ଼ ରହିବ । ଭାଷା ପ୍ରେମୀ ହେ‌ବେ । କୃଚ୍ଛ ସାଧନାରେ ଫଳବତୀ ହେବ ।
ନିଷ୍ଠାପରଭାବେ କର୍ତ୍ତବ୍ୟ ସମ୍ପାଦନ କରି ସଫଳତାର ସ୍ୱାଦ ଚାଖିବେ । କୃଷି କର୍ମରୁ ଲାଭ ପ୍ରାପ୍ତ ହେବେ । ଯାନ-ବାହନ ସୁଖ ମିଳିବ । ଆଭା, ପ୍ରଭା, ପ୍ରତିଭା ସମ୍ପନ୍ନ ହୋଇପାରନ୍ତି । ଚିନ୍ତାଶୀଳ ହେବେ ।
ଭାଷା ପରମ କଲ୍ୟାଣୀୟ ହେବ । ସତ୍ୟ ବାଦ୍ୟୋଦୃଢ଼ବ୍ରତ ଆଚରଣ କରିପାରନ୍ତି । ସମ୍ୟକ୍ ତତ୍ତ୍ୱଦର୍ଶୀ ହୋଇପାରନ୍ତି । ସର୍ବତ୍ର ବିଜୟୀ ହେବେ । ଈଶ୍ୱରୀୟ ଶକ୍ତିରେ ଦୃଢ଼ମନା ହୋଇପାରନ୍ତି ।
ମାନସିକ ସ୍ତରରେ ଈଶ୍ୱରଙ୍କ ଚରଣ ତଳେ ଆଶ୍ରିତ ହେବେ । ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି । ଆଶା କରୁନଥିବା ସ୍ଥାନରୁ ଧନାଗମ ହୋଇପାରେ । ମାନବବାଦର ଚେତନାକୁ ଉପସ୍ଥାପନ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Order Odia Bhagyajyoti Calendar 2022 From OdishaShop.com

Comments

comments