OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 8th June 2021

Odia Rashiphala

Odia Rashiphala

ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ । ଅନ୍ତର୍ନିହିତ ଗୁଣର ପ୍ରସାର ଘଟାଇ ପାରନ୍ତି । ଉପାର୍ଜନ କ୍ଷମତା ଦ୍ୱିଗୁଣିତ ହୋଇପାରେ । ଶାରୀରିକ ଶକ୍ତି ବୃଦ୍ଧି ପାଇବ । ସ୍ୱାସ୍ଥ୍ୟବାନ୍ ହେବେ । ଅପରାହ୍ଣରେ ବ୍ୟୟବୃଦ୍ଧି ଘଟିପାରେ ।
ପର ଧନରେ ଧନୀ ହୋଇପାରନ୍ତି । ମହିଳା ଗୋଷ୍ଠୀର ସହାଯ୍ୟକାରୀ ଭାବେ ପ୍ରଶଂସାର ପାତ୍ର ହେବେ । ରଜତ ଧନଦ୍ୱାରା ଧନଶାଳୀ ହେବେ । ରସିକତାରୁ ବାଚାଳତା ଦେଖାଦେଇ ପାରେ । ଅଯଥା ଖର୍ଚ୍ଚାନ୍ତ ହେବେ ।
ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ ହେବେ । ଭୋଗବିଳାସରେ ସମୟ ଅତିବାହିତ କରିପାରନ୍ତି । ଗୁଣଜ୍ଞ ହେବେ । ମନପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।
ସରକାରୀ ଅର୍ଥ ପାଇ ଖୁସି ହେବେ । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଗୃହ ପରିବେଶ ସ୍ୱଚ୍ଛ ଓ ନିର୍ମଳ ରହିବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁକିଛି ମିଳିପାରେ । ବହୁବିଧ ଧନର ଅଧିକାରୀ ହେବେ । ଗୁଣବାନ୍ ହୋଇପାରନ୍ତି ।
ଧନବାନ୍ ହେବେ । ଦାମ୍ପତ୍ୟ ସୁଖ ମିଳିବ । ପଶୁପାଳନରେ ଦୟାଭାବରୁ ଧର୍ମ ଅର୍ଜନ କରିପାରନ୍ତି । ନୃତ୍ୟ ସଙ୍ଗୀତ ପ୍ରିୟ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଖ୍ୟାତ୍ କାର୍ଯ୍ୟ କରି ଜନପ୍ରିୟ ହେବେ ।
ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । ସୁଖ, ଐଶ୍ୱର୍ଯ୍ୟ ଭୋଗ କରିପାରନ୍ତି । ଶତ୍ରୁ ଦମନବେଳେ ସାମାନ୍ୟ ଆଘାତ ଲାଗିପାରେ । ତେଜୀୟାନ୍ ଓ ଧନଭୋଗୀ ହେବେ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ବନ୍ଧୁ ସହାୟତା ମିଳିପାରେ । ବାଣିଜ୍ୟ କାରବାର ଉତ୍ତମ ମାନର ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ । ସ୍ୱର୍ଣ୍ଣାଦି ଲାଭ ହୋଇପାରେ ।
ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି । ରାଜପୂଜା ମିଳିପାରେ । ଯାନବାହନ ଯୁକ୍ତ ହୋଇପାରନ୍ତି । ବହୁ ଅନୁଗତଙ୍କ ଆସ୍ଥାଭାଜନ ହେବେ । ଦୀନ, ଦରିଦ୍ରଙ୍କୁ ଅକାତରେ ଅନ୍ନାଦି ଦାନ କରି ଆତ୍ମସନ୍ତୋଷ ଲାଭ କରିବେ ।
ନିରବରେ ଯାହା ଚିନ୍ତା କରିବେ; ତା’ର ପ୍ରତିଫଳନ କାର୍ଯ୍ୟରେ ଦେଖା ଦେଇପାରେ । କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ଅଧ୍ୟୟନରତ ହୋଇପାରନ୍ତି । କନ୍ୟାରତ୍ନ ପାଇଁ ଗର୍ବିତ ହେବେ ।
ମାନ-ଅଭିମାନର ବଶବର୍ତ୍ତୀ ହେବେ । ତୃଣଭୋଜୀ ପ୍ରାଣୀ ପୋଷଣର ସୁଖ ଅନୁଭବ କରିପାରନ୍ତି । ଅନ୍ନ ଦାନାଦି କରିପାରନ୍ତି । ନିଜ ରୋଜଗାରରେ ଧନୀ ହେବେ । କୃଷିରୁ ଲାଭ ମିଳିପାରେ । ଗୃହ ପରିବେଶ ଉତ୍ତମ ମାନର ହେବ ।
ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ବ୍ରାହ୍ମଣମାନଙ୍କର ମିତ୍ର ହେବେ । ପରୋପକାରୀ ହେବେ । ଅନ୍ୟକୁ ପ୍ରବୋଧନା ଦେବାରେ ସିଦ୍ଧହସ୍ତ ହୋଇପାରନ୍ତି । ରାଜ ପୂଜ୍ୟ ହେବେ ।
ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି । ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ସ୍ବୀକୃତି ଲାଭ କରିବେ। ବିବିଧ ଧନଯକ୍ତ ହେବେ । ଚଞ୍ଚଳମନା ହେବେ । ଅତି ସୁଖୀ ହୋଇପାରନ୍ତି । କୀର୍ତ୍ତିମାନ ଓ ସହିଷ୍ଣୁ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments