OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 8th February 2022

Odia Rashiphala

Odia Rashiphala

ଆୟ ଆଶାନୁରୂପ ହେବ । ଚିନ୍ତାଧାରା ଉନ୍ନତମାନର ହେବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଯାନ-ବାହନ ସୁଖ ମିଳିବ । ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି ।
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । କ୍ରୋଧ ସମ୍ବରଣ କଲେ ଜନାଦ୍ରୁତ ହେବେ । ଉତ୍ତମା ରମଣୀ ଯୁକ୍ତ ହେବେ । ଯଶସ୍ୱୀ ହେବେ । ସର୍ବତ୍ର ବିଜୟ ଲାଭ କରିବେ ।
ଉପଯୁକ୍ତ ପରାମର୍ଶଦାତା ହେବେ । ସ୍ୱୀକୃତିସମ୍ପନ୍ନ ହୋଇପାରନ୍ତି । ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହେବେ । ଦେବଦ୍ୱିଜ ପରାୟଣ ହେବେ । ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରିପାରନ୍ତି ।
କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଗୁଣବାନ୍ ଓ କୀର୍ତ୍ତିମାନ୍ ହେବେ ।
କର୍ତ୍ତବ୍ୟନିଷ୍ଠ ହେବେ । ଧନବାନ୍ ହୋଇପାରନ୍ତି । ମହିଳା ଗୋଷ୍ଠୀର ନେତୃତ୍ୱ ନେବେ । ପତ୍ନୀଙ୍କ ଧନରେ ଧନୀ ହୋଇପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ଓ ଭାଗ୍ୟଶାଳୀ ହେବେ ।
ଶତ୍ରୁ ବିନାଶ କରିବାରେ ପାରଙ୍ଗମ ହେବେ । ଧନଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ । ତେଜୀୟାନ୍ ହେବେ । ଶୁଭକାର୍ଯ୍ୟ ବର୍ଜନୀୟ । ସାରାଦିନ ସତର୍କରେ ଚଳିବାକୁ ପଡ଼ିବ ।
ଦଳ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ସୁଖରେ ସୁଖୀ ହେବେ । ଧନ ଓ ବାହନ ସହ ବାକ୍ ପଟୁ ହେବେ ।
ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଋଣ ପରିଶୋଧ କରିବାରେ ସକ୍ଷମ ହେବେ । କ୍ଷମତାଶୀଳ ହୋଇପାରନ୍ତି ।
ବିଭିନ୍ନ ମୂଲ୍ୟବାନ୍ ପୁସ୍ତକ ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସେବାପ୍ରିୟ ହେବେ । ମାନସମ୍ମାନ ଯୁକ୍ତ ହୋଇପାରନ୍ତି ।
ଯାନ-ବାହନ ସୁଖ ମିଳିବ । ଗୃହ ପରିବେଶ ଉତ୍ତମ ମାନର ହେବ । ପରିଶ୍ରମର ମୂଲ୍ୟ ମିଳିବ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି । ଧନଶାଳୀ ହେବେ । ବୃଦ୍ଧାବସ୍ଥା ଥିଲେ ଧନହୀନ ହୋଇପାରନ୍ତି ।
ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭବାନ୍ ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ତ୍ୟାଗଶୀଳ ହେବେ । ମତିମାନ୍ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ରାଜପୂଜା ମିଳିବ । ଦୀକ୍ଷାନୁରକ୍ତ ହୋଇପାରନ୍ତି । ସୁବକ୍ତାଭାବେ ଲୋକପ୍ରିୟତା ଅର୍ଜନ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments