OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 7th Dec 2021

Odia Rashiphala

Odia Rashiphala

କର୍ତ୍ତବ୍ୟନିଷ୍ଠ ହେବେ । କୁଳପ୍ରଦୀପ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ ।
ଧର୍ମଧ୍ୱଜାଧାରୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗପ୍ରିୟ ହେବେ । ବିଳାସ-ବ୍ୟସନ କରିପାରନ୍ତି । ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳ ବ୍ୟବସାୟ ଲାଭଜନକ ହେବ । ମିତ୍ରମାନେ କରଛଡ଼ା ଦେଇପାରନ୍ତି । ଅଷ୍ଟମ ଚନ୍ଦ୍ରଯୋଗୁଁ ସତର୍କରେ ଚଳିବେ ।
ବନ୍ଧୁ ମିଳନ ଘଟିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ ।
ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହେବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ବହୁ ଶୁଭଫଳର ଅଧିକାରୀ ହେବେ ।
କର୍ମଚଞ୍ଚଳ ରହିବେ । ହଠାତ୍ କିଛି ଧନପ୍ରାପ୍ତ ହେବେ । କନ୍ୟାସନ୍ତାନ ଦ୍ୱାରା ଉପକୃତ ହେବେ । ଆର୍ଥିକ ସ୍ରୋତ, ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି ।
ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ୍ ‌ ହେବେ ।
କର୍ମକ୍ଷେତ୍ର ଉତ୍ସାହଜନକ ହେବ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହେବେ । ମଧୁରଭାଷୀ ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଧାର୍ମିକ ହେବେ ।
ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାରଚିତ୍ତ ଓ ବିଦ୍ୟାପ୍ରେମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଠାରୁ ସହାୟତା ମିଳିବ । ଧନ ମିଳିବ ।
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହୋଇପାରେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ରଣାଙ୍ଗନରେ ପାରଙ୍ଗମ ହେବେ । ଲୋକପ୍ରିୟ ହେବେ ।
କର୍ମ ଚଞ୍ଚଳ ରହିବେ । ପରୋପକାରରେ ଧନ ବ୍ୟୟ କରିପାରନ୍ତି । ମଧୁର ଭାଷାରେ ଅଧସ୍ତନମାନଙ୍କୁ ଆପଣାର କରିପାରନ୍ତି । ଆଚରଣ ଓ ଉଚ୍ଚାରଣ ଶୁଦ୍ଧପୂତ ହେବ । ସମ୍ୟକ୍ ତତ୍ତ୍ୱଦର୍ଶୀ ହୋଇପାରନ୍ତି ।
ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ରହିବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନ ଲାଭର ସୂଚନା ମିଳୁଛି । କରିତ୍‌କର୍ମା ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments