OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 4th June 2019

Odia Rashiphala

Odia Rashiphala

ଗୃହ କାର୍ଯ୍ୟରେ ନିୟୋଜିତ ହେବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିପାରେ । ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି । ବିଭିନ୍ନ ଦିଗରୁ ସହଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କାର୍ଯ୍ୟର ସଫଳତା ପାଇବେ ।
ବାଧା, ବିଘ୍ନ ଥାଇ ବି କାର୍ଯ୍ୟ କରି ଚାଲିବେ । ମନ ପ୍ରସନ୍ନ ରହିବ । କାର୍ଯ୍ୟରେ ସ୍ୱଚ୍ଛତା ଆସିବ । ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଯାନବାହନ ସୁଖ ମିଳିବାର ସୁଯୋଗ ରହିଛି । ବନ୍ଧୁ ପ୍ରାପ୍ତିର ସମୟ ଉପସ୍ଥିତ । ସୁଖ-ସମ୍ଭୋଗ ରହିଛି ।
ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ । କାର୍ଯ୍ୟରେ ଧନ୍ଦି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଅପୂ୍ର୍ବ ସଫଳତା ମିଳିବ । ସମାଜ ସେବାରେ ମନ ବଳାଇବେ ।
ସ୍ୱାସ୍ଥ୍ୟ ଚିନ୍ତାଜନକ ହୋଇପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଯାତ୍ରା କ୍ଳେଶକର ହୋଇପାରେ । ସମୃଦ୍ଧିର ମୂଳଦୁଆ ପଡ଼ିବ । କୋଟି ନିଧି ପ୍ରାପ୍ତ ହେବେ । ଭାଗ୍ୟବାନ୍ ହେବେ । ସମ୍ମାନିତ ହେବା ଆଶା କରାଯାଏ ।
ଅଯାଚିତ ସାହାଯ୍ୟ ମିଳିପାରେ । ଆୟର ପରିମାଣ ଅତ୍ୟଧିକ ହେବ । ବର୍ତ୍ତମାନର ସ୍ଥିତି ଶୁଭପ୍ରଦ ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଅର୍ଥ ଲାଭ ଆନନ୍ଦଦାୟକ ହେବ । ପତ୍ନୀଙ୍କ ଦ୍ୱାରା ପରିଚାଳିତ ହେବେ । ବ୍ୟବସାୟ ଲାଭଜନକ ହେବ ।
ପାଇଥିବା ସାହାଯ୍ୟର ଉପଯୋଗ କରିବେ । ପରୋପକାରରେ ନିଜକୁ ନିୟୋଜିତ କରିପାରନ୍ତି । ବିନୟୀଭାବ ପ୍ରଦର୍ଶନ କରିପାରନ୍ତି । ଜଣେ ମହାନ୍ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରବେ । ସଙ୍ଗୀତ ପ୍ରିୟ ହେବେ । ଧର୍ମାତ୍ମା ହେବେ ।
ବୃଥାଟାରେ ଅପବ୍ୟୟ ଘଟିପାରେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ମନରେ ଅଶାନ୍ତି ଦେଖାଦେଇ ପାରେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଜୀତେନ୍ଦ୍ରିୟ ହେବେ । ରାଜକୃପା ମିଳିବ । ବନ୍ଧୁସ୍ନେହୀ ହେବେ ।
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ମନଫୂର୍ତ୍ତି ରହିବ । ହର୍ଷଯୁକ୍ତ ହୋଇପାରନ୍ତି । କଥାର ଶୈଳୀ ଭଦ୍ରୋଚିତ୍ତ ହେବ । ଧନଶାଳୀ ହୋଇପାରନ୍ତି । ବହୁ ମୁକ୍ତାର ଅଧିକାରୀ ହେବେ; ମାତ୍ର ବୃଦ୍ଧିମାନଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।
ଯାନବାହନ କିଣିବାର ସୁଯୋଗ ଅଛି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଗୃହରେ ଆନନ୍ଦ, ଉତ୍ସବ ଲାଗି ରହିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆପଣଙ୍କର କେହି ଶତ୍ରୁ ରହିବେ ନାହିଁ । ଦାତା, ଗଣବାନ ଓ ଧନୀ ହେବେ ।
ମାନସିକ ସ୍ତରରେ ବ୍ୟସ୍ତତା ବଢ଼ିପାରେ । ମନରେ ଅହଂଭାବ ଜାଗ୍ରତ ହେବ । ଆତ୍ମୀୟମାନଙ୍କ ସହଯୋଗ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଢ଼େର ଉନ୍ନତି ଘଟିବ । ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ଯାନବାହନ ମିଳିବ ।
ଯାନବାହନ କ୍ରୟ ଯୋଗ ଅଛି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । କର୍ମ ତତ୍ପରତା ପ୍ରକାଶ ପାଇବ । ସୁଭାଷୀ ହେବେ । ଉତ୍ତମ ବିଦ୍ୟାର ଅଧିକାରୀ ହୋଇପାରନ୍ତି । ଦର୍ଶନୀୟ, ଭୋଗୀ ଓ ତେଜୀୟାନ ହୋଇପାରନ୍ତି । ଦ୍ରବ୍ୟ ଲାଭ ହେବ । ଚଞ୍ଚଳ ଚେଷ୍ଟିତ ହେବେ ।
ଉତ୍ସବାଦିରେ ଯୋଗଦାନ କରିପାରନ୍ତି । ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ । ମାନ-ଅପମାନ ସବୁ କିଛି ସହି କାର୍ଯ୍ୟ କରି ଚାଲିବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କବି କୀର୍ତ୍ତି ଅର୍ଜନ କରିପାରନ୍ତି । ଶାସ୍ତ୍ର ଲେଖାକୁ ଜୀବନର ବ୍ରତ ଭାବେ ଗ୍ରହଣ କରବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments