OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 30th March 2021

Odia Rashiphala

Odia Rashiphala

ଶତ୍ରୁର କାର୍ଯ୍ୟ କଳାପ ଆପଣଙ୍କୁ କ୍ରୋଧିତ କରିପାରେ । ଜନସାଧାରଣଙ୍କ ସହଯୋଗ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ ସମାଚାର ଆପଣଙ୍କୁ ଗର୍ବିତ କରିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସନ୍ତାନ ସୁଖ ମିଳିବ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଶ୍ରେଷ୍ଠ ପଦବୀରେ ଆସୀନ ହୋଇପାରନ୍ତି ।
ପରିଶ୍ରମ ଅତ୍ୟଧିକ ହୋଇପାରେ; ମାତ୍ର ତା’ର ମୂଲ୍ୟ ପାଇବେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶୁଦ୍ଧ-ପୁତ ଭାବେ କାର୍ଯ୍ୟ ସଂପାଦନ କରିପାରନ୍ତି । ନିର୍ଭୀକ ହେବେ । ଆପଣଙ୍କ କାର୍ଯ୍ୟ ବିଧି ବିଧାନ ସମ୍ମତ ହୋଇପାରେ ।
କୀର୍ତ୍ତିମାନ୍ ହେବେ । ବନ୍ଧୁତା ବୁଦ୍ଧି ପାଇବ । ସ୍ୱଭାବ ସୁଲଭ ଗୁଣ ପାଇଁ ପ୍ରଶଂସିତ ହୋଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମର୍ପିତ ମନୋଭାବ ରହିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ ।
ଧୈର୍ଯ୍ୟବାନ୍ ହେବେ । ରାଜତୁଲ୍ୟ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ । ବିଭିନ୍ନ ପ୍ରକାରର ଧନଲାଭ ହେବାର ସୂଚନା ମିଳୁଛି । ନିଜେ ଦୁଃଖ କଷ୍ଟର ସମ୍ମୁଖୀନ ହେଲେ ବି ଶତ୍ରୁ ଦମନ କରିବେ ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୂ ଲାଭବାନ୍ ହୋଇପାରନ୍ତି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁ ଜୁଟିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ସତ୍‌ପୁତ୍ର ଲାଭର ସୂଚନା ମିଳୁଛି । ଶତ୍ରୁନାଶ କରିପାରନ୍ତି । କାର୍ଯ୍ୟରେ ବାଧା ବିଘ୍ନ ଉପୁଜିବାର ସମ୍ଭାବନା ଅଛି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଛଳନାପୂର୍ଣ୍ଣ କଥାରେ ଅନ୍ୟକୁ ବଶ କରିବେ ।
ଉପହାର ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଶୁଭଖବର ପାଇ ଖୁସି ମନାଇ ପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
କର୍ତ୍ତବ୍ୟ ପାଳନରେ ନିଷ୍ଠାପର ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । କୁଶଳୀ ହେବେ । ବାଞ୍ଛିତ କାର୍ଯ୍ୟ କରିପାରନ୍ତି । କୀର୍ତ୍ତିମାନ୍ ହେବେ । ସରକାରୀ ଅନୁଦାନ ମିଳିପାରେ । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହେବେ ।
ସେବା ପୂଜାରେ ନିମଗ୍ନ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ମହିଳାମାନଙ୍କ ନେତୃତ୍ୱ ନେଇ କାର୍ଯ୍ୟ କରିବେ ।
ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶାନ୍ତ ସ୍ୱଭାବର ହେବେ । ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରୀୟ ହେବେ । ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବେ । କାର୍ଯ୍ୟଧାରା ବିଧି ସମ୍ମତ ହେବ । ନିଜ ଜିଦ୍‌ରେ ଅଟଳ ରହି କାର୍ଯ୍ୟ କରିପାରନ୍ତି ।
ସୁଖକର ଘଟଣା ମାନ ଘଟିପାରେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଅତିଥି ସତ୍କାରରେ ନିୟୋଜିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ଆନନ୍ଦ ଉପଭୋଗ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments