OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 2nd July 2019

Odia Rashiphala

Odia Rashiphala

ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ଗୃହ ନିର୍ମାଣରେ ଆଗ୍ରହୀ ହେବେ । ବଭିନ୍ନ ଦିଗରୁ ସହଯୋଗ ମିଳିବ । ପ୍ରିୟ ଭାଷୀ ହେବେ । ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦ ମିଳିପାରେ । ଖଳ ଲୋକମାନେ ଆପଣଙ୍କୁ ବିଚଳିତ କରିପାରନ୍ତି ।
ରୋହଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ନୂଆ ବନ୍ଧୁଙ୍କ ସହାୟତା ମିଳିବ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । କୃର୍ତ୍ତିକା ମୃଗଶିରା ନକ୍ଷତ୍ର ଜାତ ସାମାନ୍ୟ ଶୁଭଫଳ ମିଳିବ ।
ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ଠାରେ ପାରିବାରିକ ସୁଖ-ସମୃଦ୍ଧି ଅବ୍ୟାହତ ରହିବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଦ୍ୱିଗୁଣିତ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହେବେ । ସୁଖ ଭୋଗ କରିବେ ।
ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ଲାଭର ସୌଭାଗ୍ୟ ରହିଛି । ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି । ଯାନ-ବାହନ ସୁଖ ମିଳିବ । ଉତ୍ତମ ବଚନରେ ପଟୁତା ପ୍ରଦର୍ଶନ କରିବେ । ସର୍ବ ସୁଖର ଅଧିକାରୀ ହେବେ ।
ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ଯଥେଷ୍ଟ ପରିମାଣର ହେବ । ସର୍ବଦା ସମୃଦ୍ଧ ବହୁ ସହୃଦଙ୍କ ସାହାଯ୍ୟ ପାଇବେ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । ସରକାରୀ ଧନ ମିଳିବ । ମଘା ଓ ଉତ୍ତରା ଫାଲ୍‌ଗୁନୀଙ୍କର ସମଫଳ ।
ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ମୁହାଁ ମୁହିଁ ହୋଇ ଶତ୍ରୁକୁ ପରାସ୍ତ କରିବେ । ସେବା-ପୂଜାରେ ମନୋନିବେଶ କରିପାରନ୍ତି । ବୃଦ୍ଧିମାନ୍ ହେବେ । ଯାନ-ବାହନ ଜନିତ ସୁଖଭୋଗ କରିବେ । ସରକାରୀ ମାନ୍ୟତା ମିଳିବ । ପୁତ୍ର ସୁଖ ମିଳିବ । ପରୋପକାରୀ ହେବେ । ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରାର ସମଫଳ ।
ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦୀର୍ଘଦିନର ଆଶା ପୂରଣ ହେବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁକ ସୁଖ ଭୋଗ କରିବେ । ଚିତ୍ରା ନକ୍ଷତ୍ରର ସାମାନ୍ୟ ଫଳ ଭୋଗ ।
ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ଯୁଗ୍ମ ବ୍ୟବସାୟରେ ଲାଭବାନ୍ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ସମଫଳ ପାଇପାରନ୍ତି ।
ପୂବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶ ଉପରେ ନିର୍ଭରଶୀଳ ହେବେ । ଯଶ ଅର୍ଜନ କରିବେ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ମୂଳା ଓ ଉତ୍ତରାଷାଢ଼ାର ସାମାନ୍ୟ ଫଳ ।
ଶ୍ରବଣା ନକ୍ଷତ୍ର ଜାତବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କର ପ୍ରିୟ ଭାଜନ ହେବେ । ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି ।
ଶତଭିଷା ଓ ପୂର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ନାନା ସୁନ୍ଦର ବସ୍ତ୍ର ଲାଭ କରିପାରନ୍ତି । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି । ତେଜୀୟାନ୍ ହେବେ । ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ବହୁ ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ଧନିଷ୍ଠାର ସାମାନ୍ୟ ଫଳ ।
ପୂର୍ବ ଭାଦ୍ର ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ଗଣ୍ଡଗୋଳିଆ ପରିସ୍ଥିତିରୁ ଲାଭ ଉଠାଇପାରନ୍ତି । ସର୍ବଦା ବିନୟୀଭାବ ପ୍ରକାଶ କରିପାରନ୍ତି । ଗୁଣବାନ୍ ଓ ନୀତିଯୁକ୍ତ ହେବେ । ଉତ୍ତର ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments