OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 28th Dec 2021

Odia Rashiphala

Odia Rashiphala

ଶତ୍ରୁକୁ ଅନ୍ୟ ଏକ ଶତ୍ରୁ ଦ୍ୱାରା ପରାଜିତ କରି ନିଷ୍କଣ୍ଟକ ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସାରାଦିନ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଋଣଭାର ଲାଘବ ହେବ ।
ସୁରୂପା, ସୁଭଗା ଓ ସୁଗୁଣଯୁକ୍ତ କନ୍ୟା ସନ୍ତାନ ଲାଭ ହୋଇପାରେ । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ । ଜ୍ଞାନାର୍ଜନରେ ଆଗ୍ରହୀ ହେବେ । ସୁଖଭୋଗ ଅଛି ।
ବସ୍ତ୍ର, ପୁଷ୍ପାଦି ବ୍ୟବସାୟରୁ ଧନ ଲାଭ ହେବ । ପତ୍ନୀଙ୍କ ଉଦ୍ୟମରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୃଷି କ୍ଷେତ୍ର ଲାଭଦାୟକ ହେବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । ସୁଭାବରେ ଭାବିତ ହୋଇପାରନ୍ତି ।
ଦ୍ୱିଜମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି । ଶାନ୍ତି, ଧର୍ମ, ବିନୟ ଓ ଦେବ ଆରାଧନା ନିରତ ହୁଏ । ଆର୍ଥିକ ସ୍ଥିତି ଦୃଢ଼ତର ରହିବ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ମିଳିପାରେ ।
ବନ ସମ୍ପଦରୁ ନିଜ ଉଦ୍ୟମରେ ଧନ ଲାଭ ହେବ । ପରୋପକାରୀ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି । ମନ୍ତ୍ରଣାଦାତା ଓ କାବ୍ୟକର୍ତ୍ତା ହେବେ ।
ସଙ୍ଗୀତ ନିପୁଣ, କର୍ମପଟୁ, ଯଥାର୍ଥବାଦୀ, ଦାତା, ଭୋକ୍ତା ପୁତ୍ର ଓ ଧନଯୁକ୍ତ, ଧୀର ଓ ସତ୍‌ଚରିତ୍ର ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଦେବ, ବ୍ରାହ୍ମଣ ଓ ତୀର୍ଥସେବାରେ ଆକୁଣ୍ଠ ଚିତ୍ତରେ ଧନ ବ୍ୟୟ କରିପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ମଧୁର ଭାଷା ଓ ବ୍ୟବହାରରେ ଲୋକପ୍ରିୟତା ଅର୍ଜନ କରିବେ ।
ବ୍ୟବସାୟାଦିରୁ ବହୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି ।
ସେବାକାରୀ, ପରୋପକାରୀ, ଭୋଜନଦାତା, ରାଜପ୍ରିୟ ଓ ଯଶସ୍ୱୀ ହୋଇପାରନ୍ତି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ବିବାଦରେ ବିଜୟୀ ହେବେ ।
ଉପୁରି ଧନରେ ଧର୍ମକାରୀ ହେବେ । ବିଡ଼ମ୍ବନାଯୁକ୍ତ, ନିଜ ବଂଶ ରହିତକାରୀ ହୋଇପାରନ୍ତି । ସୁରୁଖୁରୁରେ କାର୍ଯ୍ୟ ନିର୍ବାହ କରିବେ । କ୍ଷମତାର ସଦ୍ ବ୍ୟବହାର କରିପାରନ୍ତି । ବିବାଦରେ ବିଜୟୀ ହେବେ ।
ଜ୍ୟୋତିର୍ମୟ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ସଦ୍‌ଗୁଣ ସମ୍ପନ୍ନ ହେବେ । ଅଗ୍ନି, ଜୀବଜନ୍ତୁ ଓ ଶୃଙ୍ଗୀମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ ।
ସୁମତୀ, ଧର୍ମଶୀଳଯୁକ୍ତା ପତ୍ନୀଙ୍କ ସାନ୍ନିଧ୍ୟ ଲାଭ କରିବେ । ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ସୁସ୍ୱାଦୁ ଭୋଜନ ସହ ଆନନ୍ଦ ଉପଭୋଗ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments