OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 27th August 2019

Odia Rashiphala

Odia Rashiphala

ମାନସିକ ସ୍ତରରେ କାର୍ଯ୍ୟକ୍ଷମ ରହିବେ । ପରିଶ୍ରମର ମୂଲ୍ୟ ମିଳିବ। ଚେଷ୍ଟା ଶୁଭପ୍ରଦ ହେବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପାରିବାରିକ ସୁଖ ଅବ୍ୟାହତ ରହିବ । ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।
ଉପଯୁକ୍ତ ନ୍ୟାୟ ମିଳିବ । ଶାସ୍ତ୍ରାଭାଷୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖ ଅନୁଭବ କରିବେ । ଉପଯୁକ୍ତ ପରାମର୍ଶଦାତା ହେବେ । କାବ୍ୟକର୍ତ୍ତା ହୋଇପାରନ୍ତି । ସାହସୀ ହେବେ । କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିପାରନ୍ତି ।
ନୂତନ ଆୟର ମାର୍ଗ ଖୋଜି ପାଇବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ବିଳାସ-ବ୍ୟସନ କରିପାରନ୍ତି । ମନ ପ୍ରସନ୍ନ ରହିବ । ବନ୍ଧୁ ଦର୍ଶନ ମିଳିପାରେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ ।
ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ । ଧନକ୍ଷୟ ହୋଇପାରେ; ତଥାପି ମନ ପ୍ରସନ୍ନ ରହିବ । ଯଶସ୍ୱୀ ହେବେ । ପ୍ରୀତି ଭୋଜନ ମଳିପାରେ । ବ୍ୟୟ-ବୃଦ୍ଧିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ଧନବାନ୍ ହେବେ । ବିଚକ୍ଷଣ କଥାକାର ହେବେ ।
ଗୃହ ପରିସ୍ଥିତିକୁ ନେଇ ଆନନ୍ଦ ଅନୁଭବ କରିବେ । ଦୀର୍ଘ ଦିନର ଆଶା ପୂରଣ ହୋଇପାରେ । ସରକାରୀ ଅର୍ଥ ମିଳିପାରେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ । ବହୁବିଧ ଧନର ଅଧିକାରୀ ହେବେ । ଅପାର ଗୁଣର ଆଧାର ହେବେ ।
ବ୍ୟବସାୟ ଲାଭଜନକ ହେବ । ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଭୋଗ-ବିଳାସ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଧନଲାଭ ହୋଇପାରେ । ବିନୀତ ସ୍ୱଭାବର ହେବେ । ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି । ଗୁଣବାନ୍ ଓ ବହୁବିଦ୍ୟା ପାରଙ୍ଗମ ହେବେ ।
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୌଭାଗ୍ୟ ଅଛି । ତେଜୀୟାନ୍ ହୋଇପାରନ୍ତି । ଜ୍ଞାନ-ଗରିମା ବୃଦ୍ଧି ହେବ । ଶ୍ରେଷ୍ଠ ପଦାଧିକାରୀ ହୋଇପାରନ୍ତି । ସନ୍‌ମାର୍ଗୀ ହେବେ । ସୁସ୍ଥ ରହିବେ ।
ପାରିବାରିକ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରଖି ପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ । ସ୍ୱାଭିମାନୀ ହେବେ । ବ୍ୟବସାୟ ଲାଭଜନକ ହେବ ।
ବିବାଦୀୟ ଘଟଣାରେ ଆତ୍ମୀୟମାନଙ୍କୁ ସମର୍ଥନ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଜନସାଧାରଣ ଓ ଅଧସ୍ତନଙ୍କ ଶ୍ରଦ୍ଧାର ପାତ୍ର ହୋଇପାରନ୍ତି । ପୁତ୍ର ସୁଖ ପାଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଆଜିର କାର୍ଯ୍ୟ ଭବିଷ୍ୟତରେ ଦିଗଦର୍ଶକ ହେବ ।
କର୍ମକ୍ଷେତ୍ରରେ ଦେଖା ଦେଇଥିବା ଅଶାନ୍ତିର ନିରାକରଣ କରିବାକୁ ଉଦ୍ୟମ ଜାରି ରଖିବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟରେ ଆଗେଇବେ । ସୌଭାଗ୍ୟ ଉଦୟ ହୋଇଛି । ଦୃଢ଼ ମନୋଭାବର ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଶତ୍ରୁ ଦମନ କରିବେ ।
ଆଇନଗତ ସମସ୍ୟାର ସମାଧାନ ହେବ । ମଧ୍ୟମ ଧରଣର ଶୁଭଫଳ ମିଳିବ । ପ୍ରଚୁର ଧନାଗମର ଶୁଭ ସୂଚନା ମିଳୁଛି । ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । ହଠାତ୍ କିଛି ଧନ ମିଳିପାରେ ।
ପୈତୃକ ସମ୍ପତ୍ତିକୁ ନେଇ ବ୍ୟସ୍ତ ରହିପାରନ୍ତି । ଆତ୍ମ ସଂଯମୀ ହୋଇପାରନ୍ତି । କର୍ମକ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ । ଅନ୍ୟର ମଙ୍ଗଳ କାମନା କରି ନ‌ି‌ଜେ ବିଶେଷ ଉପକୃତ ହୋଇପାରନ୍ତି । କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିବାକୁ ଖର୍ଚ୍ଚାନ୍ତ ହୋଇ ସାରାଦିନ ଲାଗି ପଡ଼ିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments