![]() |
ବନ୍ଧୁ ମିଳନରେ ସାମାଜିକ ସ୍ଥିତି ଦୃଢ଼ ହେବ । ବ୍ୟବସାୟ ଲାଭଜନକ ହେବ । ସେବା କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ସହଯୋଗ ପାଇ ଢ଼େର ଉନ୍ନତି କରିବେ । |
![]() |
ଶତ୍ରୁମାନେ ଆପଣଙ୍କର ଅନିଷ୍ଟ କରିବା ପାଇଁ ଉଦ୍ୟମ କରିବେ । ଭାଇମାନଙ୍କର ସହଯୋଗ ମିଳିବ । ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଚାକିରିରେ ସୁନାମ ଧନ୍ୟ ହେବେ । |
![]() |
ମନ ଚଞ୍ଚଳ ରହିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟ ଲାଭଜନକ ହେବ । ସୁସ୍ଥ ରହିବେ । |
![]() |
ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ଆଦର୍ଶବାଦୀ ହେବେ । ସୁସ୍ଥ ଓ ନୀରୋଗ ଶରୀରଯୁକ୍ତ ହୋଇପାରନ୍ତି । କୃଷିରୁ ଲାଭବାନ୍ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହୋଇ ପାରନ୍ତି । ଯାନବାହନ ସୁଖ ମିଳିପାରେ । |
![]() |
ଶୁଭ ଖବର ପାଇ ଭାବବିହ୍ୱଳ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଈଶ୍ୱର ବିଶ୍ୱାସୀ ହେବେ । ମଧୁର ଭାଷୀ ହୋଇପାରନ୍ତି । ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଉପୁଜିପାରେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କ ଆଦର ମିଳିବ । |
![]() |
ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ମଧୁର କଥାରେ ଶତ୍ରୁର ମନଜିଣି ପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରମାନଙ୍କ ସହଯୋଗ ମିଳିବ । ବ୍ୟବସାୟ ଲାଭଜନକ ହେବ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଅଧିକ ହୋଇପାରେ । ସୁସ୍ଥ ଓ ନିରାମୟ ରହିବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣକ୍ଷେତ୍ରରେ ବୀରତ୍ୱ ପ୍ରତିପାଦନ କରିବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭର ସୁଯୋଗ ଅଛି । |
![]() |
ମନ ଚଞ୍ଚଳ ରହିବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଧର୍ମକାର୍ଯ୍ୟରେ ଧନବ୍ୟୟ କରି ଆତ୍ମତୃପ୍ତି ଲାଭ କରିବେ । କର୍ମଚଞ୍ଚଳ ରହିବେ । ଚକ୍ଷୁରେ ସାମାନ୍ୟ ତଥା ସାମୟିକ ଯନ୍ତ୍ରଣା ଅନୁଭବ କରିପାରନ୍ତି । ବ୍ୟବହାର ପାରଙ୍ଗମ ହେବେ । |
![]() |
ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥପ୍ରାପ୍ତ ହେବେ । |
![]() |
ବହୁ ଶୁଭ ଫଳର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କୁଳ ପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ଦେହ ଓ ମନ ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ । ଯଶସ୍ୱୀ ହୋଇପାରନ୍ତି । ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ । |
![]() |
ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ବିଦ୍ୱାନ, ସାହସୀ ଓ ସମ୍ପତ୍ତିଯୁକ୍ତ ହୋଇପାରନ୍ତି । ଉଦ୍ୟୋଗୀ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଉତ୍ତମ ଲେଖକ ହେବେ । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରୁଥିଲେ ମଧ୍ୟ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ କିଛିଟା କ୍ଳେଶ ଉପୁଜି ପାରେ । |