OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 26th November 2019

Odia Rashiphala

Odia Rashiphala

ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭବାନ୍ ହେବେ । ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ କାରଣରୁ ବ୍ୟତିବ୍ୟସ୍ତ ହୋଇପାରନ୍ତି । ସୁଖ ମିଳିବା କଷ୍ଟସାଧ୍ୟ ହେବ । ସାମାନ୍ୟ ଅସୁସ୍ଥତା ଉପୁଜି ପାରେ ।
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ପରିମାଣର ଅର୍ଥ ପ୍ରାପ୍ତ ହେବେ । ବନ୍ଧୁ ସୁଖ ପାଇ ଉତ୍‌ଫୁଲ୍ଲିତ ହେବେ । ଯଶ ଅର୍ଜନ କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ପାଇବେ । ବିବାହ ସ୍ଥିର ହେବ । କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଫଳ ।
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିର ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସମ୍ମାନିତ ହେବେ । ବନ୍ଧୁ ମିଳନ ଘଟିପାରେ । ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ । ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି କଳହଠାରୁ ଦୂରେଇ ରହିବା ଉଚିତ ।
ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ସର୍ବ ସୁଖ ଲାଭ କରିପାରନ୍ତି । ପୁନର୍ବସୁ କ୍ଷେତ୍ରରେ ସାମାନ୍ୟ ଶୁଭଫଳ ।
ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଉଚ୍ଚ ମହଲରେ ସ୍ଥାନିତ ହେବେ । ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତ ଆଶା କରାଯାଏ । ଆଶା ପୂରଣ ହେବ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିବେ । ମଘା ଓ ଉତ୍ତରା ଫାଲ୍‌ଗୁନୀର ସାମାନ୍ୟ ଫଳ ।
ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ନିଷ୍ଠାବାନ୍ ହୋଇ କାର୍ଯ୍ୟକୁ ଆଗେଇ ନେବେ । ଅର୍ଥ ଚିନ୍ତା ଦୂର ହେବ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ସତ୍‌ସଙ୍ଗୀ ହୋଇପାରନ୍ତି । ପ୍ରତିଯୋଗତାରେ ବିଜୟୀ ହେବେ । ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭ ।
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ । ଗୃହକାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆଶାବାଦୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ଚିତ୍ର ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ ।
ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ ।
ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହେବେ । ବ୍ୟୟ ବୃଦ୍ଧି ଘଟିପାରେ । ସତ୍‌କର୍ମରେ ବ୍ୟୟ କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ଉତ୍ତରାଷାଢ଼ା ଓ ମୂଳା ନକ୍ଷତ୍ରର ସାମାନ୍ୟ ଶୁଭ ।
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହେବ । ସର୍ବ କୁଶଳ ଆଶା କରାଯାଏ । ଉତ୍ସାହିତ ହୋଇ କାର୍ଯ୍ୟ କରିବେ । ଶାନ୍ତି ଓ ସନ୍ତୋଷ ଲାଭ କରିବେ । ଲୋକପ୍ରିୟତା ବୃଦ୍ଧି ହେବ । ସରକାରୀ ଧନ ମିଳିବ । ଉତ୍ତରାଷାଢ଼ା ଓ ଧନିଷ୍ଠାର ସାମାନ୍ୟ ଶୁଭ ।
ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ସମାଜସେବୀ ହେବେ । ଶ୍ରମର ମୂଲ୍ୟାଙ୍କନ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ମାନ୍ୟତା ପ୍ରାପ୍ତ ହେବେ । ଯଶ ଅର୍ଜନ କରିପାରନ୍ତି । ଧନିଷ୍ଠା ଓ ପୂର୍ବଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ପତ୍ନୀଙ୍କର ଇଙ୍ଗିତରେ ଚଳିବେ ।
ଉତ୍ତର ଭାଦ୍ରପଦ ଓ ରେବତୀର ନକ୍ଷତ୍ର ଜାତବ୍ୟକ୍ତି ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ଶୁଭଫଳ ପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିବାଦରେ ବିଜୟୀ ହେବେ । ପୂର୍ବଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments