OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 25th Feb 2020

Odia Rashiphala

Odia Rashiphala

ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୁଯୋଗ ଅଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସତ୍ୟାନୁରକ୍ତ ହେବେ । ପତ୍ନୀଙ୍କୁ ସନ୍ତୁଷ୍ଟ କରିବେ ।
ମନସ୍କାମନା ପୂରଣ ହେବ । ଶ୍ରମ ସାର୍ଥକ ହେବ । ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ । ବିଭବ ଓ ଗୌରବ ମିଳିବ ।
କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତି-ଗାଥା ଶୁଣି କୃତକୃତ୍ୟ ହେବେ । ସତ୍ୟଧର୍ମର ପୂଜାରୀ ହୋଇପାରନ୍ତି ।
ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଅଭାବ-ଅନଟନ ଦେଇ ଗତି କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଜଳଯାତ୍ରା, ଯାନବାହନରେ ସତର୍କ ରହିବେ ।
ସୌଜନ୍ୟତା ରକ୍ଷାକରି ବନ୍ଧୁ ସମାବେଶରେ ଯୋଗଦାନ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି । ରୁଚିକର ଭୋଜନ ପାଇବେ ।
ଜଟିଳ କାର୍ଯ୍ୟକୁ ସରଳ କରିବାରେ ସକ୍ଷମ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅଛି । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । କ୍ଷୟକ୍ଷତିର ସମ୍ଭାବନା ଅଛି ।
କାର୍ଯ୍ୟରେ ସଫଳତା ଲାଭ କରିବେ । ନାନା ଶାସ୍ତ୍ର ଅଧ୍ୟୟନ କରିବାରେ ମନୋନିବେଶ କରିପାରନ୍ତି । ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦିନଟି ମଧ୍ୟମ ଧରଣର ହେଲେ ବି ଶୁଭପ୍ରଦ ହେବ । ଦାମ୍ପତ୍ୟ ଜୀବନରେ ସୁଖୀ ହେବେ । ଚଞ୍ଚଳମନା ହେବେ ।
କାର୍ଯ୍ୟ ତୃପ୍ତିଦାୟକ ହେବ । କେତେକ କ୍ଷେତ୍ରରେ ଯଦିଓ ଭୁଲବୁଝାମଣା ଘଟିବ; ତଥାପି ଶ୍ରମର ମୂଲ୍ୟାଙ୍କନ ହେବ । ରାଜପୂଜିତ ଓ ପରାକ୍ରମଶାଳୀ ହେବେ ।
ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । କେତେକ କ୍ଷେତ୍ରରେ ସଂପର୍କ ତୁଟାଇ ଦେଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଅଶାନ୍ତିର ମାତ୍ରା ହ୍ରାସ ପାଇବ । ସରକାରୀ ସ୍ତରରୁ ଲାଭ ମିଳିବ ।
ଅର୍ଥ ପ୍ରାପ୍ତି ପାଇଁ ଅସ୍ଥିର ହୋଇପାରନ୍ତି । ପ୍ରବଳ ମାତ୍ରାରେ ଆଶାବାଦୀ ହେବେ । ଆକସ୍ମିକ ସମସ୍ୟା ଦେଖାଦେଇ ପାରେ । ମାନସିକ ସ୍ତରରେ ଅଶାନ୍ତି ଉପୁଜିବା ସହ କିଞ୍ଚିତ ଧନପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳମନା ଓ ତ୍ୟାଗୀ ହୋଇପାରନ୍ତି ।
କର୍ମକ୍ଷେତ୍ରରେ ଅଧିକ କ୍ରିୟାଶୀଳ ହୋଇପାରନ୍ତି । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ସ୍ୱଅର୍ଜିତ ଧନଭୋଗ କରିବେ । ବିତ୍ତବାନ୍ ହେବା ଆଶା କରାଯାଏ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବାର ସୂଚନା ମିଳୁଛି ।
ସଂଯମୀ ନ ହେଲେ ଅପଯଶ ମୁଣ୍ଡାଇ ପାରନ୍ତି । ଅଯଥା ବିତର୍କରେ ନିଜର ଜ୍ଞାନ ହାନି ହୋଇପାରେ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଅଧିକ ପରିଶ୍ରମ କରିପାରନ୍ତି । ନାନାବିଭବରେ ମଣ୍ଡିତ ହେବେ । ବସ୍ତୁଲାଭ ହୋଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments