OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 24th Sep 2019

Odia Rashiphala

Odia Rashiphala

କର୍ମଫଳ ଭୋଗ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବେ । ସୁଖୀ ହେବେ । ଉତ୍ତମ ବ୍ୟକ୍ତିଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । କୃଷି କର୍ମକାରୀ ହେବେ । ବୁଦ୍ଧିମାନ ହୋଇପାରନ୍ତି ।
ଦେବ-ଦେବ-ମହାଦେବଙ୍କ ଦର୍ଶନ ପାଇ କରି ଆତ୍ମସନ୍ତୋଷ ଲାଭ କରିବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହସୀ ହୋଇପାରନ୍ତି ।
କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସରକାରୀ କିମ୍ବା ବନ୍ଧୁ ସାହାଯ୍ୟ ପାଇ ଲାଭବାନ୍ ହେବେ । ମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ । କରିତ୍‌କର୍ମା ହେବେ ।
କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱ ଉପୁଜି ପାରେ । ବ୍ୟବସାୟରେ ସଫଳତା ପାଇବେ । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ବଚନ କହି ପରକୁ ଆପଣାର କରିବେ । ଜ୍ଞାନ ଗରିମା ବୃଦ୍ଧି ହେବ । ସାହସୀ ହେବେ ।
ମନରେ ପ୍ରଫୁଲ୍ଲତା ଆସିବ । ରୋଜଗାର ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରୁ ସମ୍ମାନିତ ହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ପାରିବାରିକ ସୁଖ ମିଳିବ ।
ଅବାଞ୍ଛିତ ଘଟଣା ଘଟିପାରେ ଏବଂ ଅଧିକ ପରିଶ୍ରମ ପଡ଼ିଲେ ବି, ତା’ର ମୂଲ୍ୟ ମିଳିବ । ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ହେବେ । ମନରେ ପ୍ରସନ୍ନତା ଭାବ ଆସି ପାରେ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ମଧୁରଭାଷୀ ହେବେ ।
ଭାଗ୍ୟଶାଳୀ ହେବାର ସୂଚନା ମିଳୁଛି । ଭୋଗ ବିଳାସରେ ସମୟ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧି ଲାଭକରି ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି ।
ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ପରିଚିତ ହେବେ; ମାତ୍ର ସୁଖ ମିଳିବ । କଷ୍ଟକର ବ୍ୟାପାର । ସ୍ୱାଭିମାନୀ ହୋଇପାରନ୍ତି । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସର୍ଦି ତଥା କଫଜନିତ ପୀଡ଼ା ଭୋଗ କରିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ଆର୍ଥିକ ଅବସ୍ଥାର ଉନ୍ନତି ଘଟିବ । ବନ୍ଧୁ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କ ଉପଦେଶ ଲାଭଜନକ ହେବ ।
ଅଯଥା ଖର୍ଚ୍ଚ କରି ଅନୁତପ୍ତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ । ଅଧସ୍ତନଙ୍କ ସମର୍ଥନ ମିଳିବ ।
ଭାବିଚିନ୍ତି କାର୍ଯ୍ୟ କଲେ ସଫଳତା ପାଇବେ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ବିଭିନ୍ନ ଦିଗରୁ ଅର୍ଥାଗମ ହୋଇପାରେ । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments