OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 23th March 2021

Odia Rashiphala

Odia Rashiphala

ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖଭୋଗ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଜନସାଧାରଣଙ୍କର ଆସ୍ଥା ଭାଜନ ହେବେ । ଆର୍ଥକ ସ୍ଥିତିରେ ଉନ୍ନତି ଘଟିବ ।
ତ୍ୟାଗଶୀଳ ହେବେ । ନୀତିନିଷ୍ଠ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବା ଆଶାକରାଯାଏ । ମନ ଚଞ୍ଚଳ ରହିବ । ଆତ୍ମ ସନ୍ତୋଷ ମିଳିପାରେ । ଅତି ସୁଖୀ ହେବେ । କୀର୍ତ୍ତିମାନ ହୋଇପାରନ୍ତି । ସହିଷ୍ଣୁ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ ।
ଧନବାନ୍ ହେବେ । ଅପାର ଗୁଣର ଆଧାର ହୋଇପାରନ୍ତି । ଉପାର୍ଜନ ଯଥେଷ୍ଟ ପରିମାଣର ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରି ପ୍ରଶଂସାର ପାତ୍ର ହେବେ । ସୁସ୍ୱାଦୁ ଭୋଜନ ମିଳିବ ।
ଧର୍ମୀୟ ଭାବନା ମନରେ ରହିବ । ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ । ଭାଷା ମଧୁର ହେବ । ଜଟିଳ କାର୍ଯ୍ୟକୁ ସରଳୀକରଣ କରିବାରେ ସଫଳ ହେବେ । ଯୁଦ୍ଧ ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କର୍ମଚଞ୍ଚଳ ରହିବେ । ଜନତାଙ୍କ ପ୍ରିୟ ପାତ୍ର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମ୍ମାନିତ ହେବେ । କରତ୍‌କର୍ମା ହେବେ ।
ସରକାରୀ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଗୃହ ପରିବେଶ ସ୍ୱାସ୍ଥ୍ୟପ୍ରଦ ହେବ । କୀର୍ତ୍ତି, ସ୍ୱତ୍ୱ, ସନ୍ତୋଷ ସବୁକିଛି ମିଳିବ । ବହୁବିଧ ଧନର ଅଧିକାରୀ ହେବେ । ଗୁଣଜ୍ଞ ହୋଇପାରନ୍ତି । ବାଣିଜ୍ୟ କାରବାର ଫଳଦାୟକ ହେବ । ସମ୍ମାନିତ ହେବେ ।
ବିଭିନ୍ନ ଦିଗରୁ ଅର୍ଥାଗମ ହେବ । ମହିଳାମାନଙ୍କର ଉପକାରୀ ହେବେ । ଭାଗ୍ୟର ପରିବର୍ତ୍ତନ ଘଟିବ ଓ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଗାମୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । କର୍ମଚଞ୍ଚଳ ରହିବେ ।
ଧନ ସଞ୍ଚୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ଆସିବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶାସ୍ତ୍ରାନୁରକ୍ତ ହେବେ । କୁଳ ପ୍ରଧାନ ହୋଇପାରନ୍ତି । ବିଭିନ୍ନ ଦଗରୁ ଧନାଗମର ସୂଚନା ମିଳୁଛି । ସତର୍କତାର ସହ କାର୍ଯ୍ୟ କରିବେ ।
ମନୋରମା ପତ୍ନୀଙ୍କ ପରାମର୍ଶ ପ୍ରେରଣାଦାୟକ ହେବ । କର୍ମକ୍ଷେତ୍ରକୁ ଶୃଙ୍ଖଳିତ ଓ ଲୋକାଭିମୁଖୀ କରିବାରେ ପାରଙ୍ଗମ ହେବେ । ସହଯୋଗୀଙ୍କ ସହଯୋଗରେ କାର୍ଯ୍ୟକ୍ଷେତ୍ର ଅଧିକ ଉଜ୍ଜ୍ୱଳମୟ ହୋଇପାରେ । କୀର୍ତ୍ତିମାନ୍ ହେବେ ।
କୌଶଳୀ ହେବେ । ଶତ୍ରୁମାନଙ୍କ ଗତିପଥକୁ ଅବରୋଧ କରିପାରନ୍ତି । ପରାକ୍ରମଶାଳୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ସତ୍‌ସଙ୍ଗୀ ହେବେ । ପ୍ରବାସୀ ହୋଇପାରନ୍ତି । ଭାଗ୍ୟବାନ୍ ହେବେ । ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ପାଇଁ ସୂତ୍ର ପାଇ ପାରନ୍ତି ।
ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରୀୟ ହେବେ । ବିଦ୍ୱାନ୍ ବ୍ୟକ୍ତିଭାବେ ସାମାଜିକ ଆଦର ମିଳିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । କର୍ମ କୁଶଳତା ଓ ନିର୍ଭୀକତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଜୀବନ, ଜୀବିକାର ସ୍ଥିରତା ଆସିବ ।
ଦେବ ବ୍ରାହ୍ମଣ ଭକ୍ତ ହେବେ । ପତ୍ନୀଙ୍କ ସହାୟତା ପାଇ ଗତିପଥକୁ କଣ୍ଟକମୁକ୍ତ କରିପାରନ୍ତି । ଶାସ୍ତ୍ର ପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବ । ପରିଶ୍ରମ ଯେତେ କଠିନ ହେଲେ ବି ତା’ର ଉପଯୁକ୍ତ ମୂଲ୍ୟ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments