OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 23th June 2020

Odia Rashiphala

Odia Rashiphala

ପଛଘୁଞ୍ଚା ନ ଦେଇ ଚାଲୁ ରହିଥିବା କାର୍ଯ୍ୟକୁ ଆଗେଇ ନେବେ । ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପ୍ରିୟଭାଷୀ ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ ।
କେହି ଚେଷ୍ଟା କଲେ ବି ଆପଣଙ୍କ ହାତରୁ ସୁଯୋଗକୁ ଛଡ଼ାଇ ନେଇ ପାରିବେ ନାହିଁ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅଛି । ସରକାରୀ ଲାଭ ମିଳିବ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଉଚ୍ଚ ପଦପଦବୀରେ ମଣ୍ଡିତ ହେବେ । ଉନ୍ନୟନ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ପରୋପକାରୀ ହେବେ । ଧନଲାଭ କରିପାରନ୍ତି । ବସ୍ତ୍ର-ଭୂଷଣଧାରୀ ହେବେ । ଦିନଟି ସୁଖମୟ ହେବ ।
ରୋଜଗାର ଯଥେଷ୍ଟ ପରିମାଣର ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଆଶା ଫଳବତୀ ହେବ । ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ସାଜି ପାରନ୍ତି । ଜନପ୍ରିୟ ହେବେ । ବାଣିଜ୍ୟରେ ଧନ ସଂଗ୍ରହ କରିପାରନ୍ତି । ବିଚକ୍ଷଣ ହେବେ । ସଙ୍ଗୀତପ୍ରିୟ ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । କର୍ମାନୁରକ୍ତ ହେବେ ।
ହଜିଥିବା ଦ୍ରବ୍ୟ ମିଳିପାରେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ନିଜ ବିଭାଗର ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ ।
ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁସମ୍ୱାଦ ପାଇ ଭାବବିହ୍ୱଳ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
କର୍ତ୍ତବ୍ୟନିଷ୍ଠ ଭାବେ ପ୍ରଶଂସାର ପାତ୍ର ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପୁରସ୍କୃତ ହେବେ । କୌଶଳ ପ୍ରୟୋଗ କରି ଅଧିକ କ୍ଷମତା ହାସଲ ସହ ଏହାର ସଦ୍‌ବ୍ୟବହାର କରି ଜନତାଙ୍କର ପ୍ରିୟପାତ୍ର ହେବେ । ପ୍ରବଚନ ଶୁଣିବାକୁ ଇଚ୍ଛା କରିବେ ।
ଖସି ଯାଇଥିବା ସୁବିଧା-ସୁଯୋଗ ପୁଣି ହାତକୁ ଆସିପାରେ । ଧନଲାଭର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଅଷ୍ଟମ ଚନ୍ଦ୍ର ଭୋଗ ହେଉ ଥିବାରୁ ଯାନବାହନରେ ସତର୍କତା ଆବଶ୍ୟକ ।
ଆଶା କରୁଥିବା ସୁବିଧା ସୁଯୋଗ ପୁଣି ହାତକୁ ଆସିବ । ପରୋପକାରୀ ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ଶୁଭକାର୍ଯ୍ୟ କରିପାରନ୍ତି । ସୁଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ ।
ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି । ଶତ୍ରୁକୁ ପରାଜିତ କରିବେ । ମାନସିକ ସ୍ତରରେ ଶାନ୍ତି ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ସୁସମ୍ୱାଦ ପାଇ ଖୁସି ହେବେ । ଋଣ ପରିଶୋଧ କରିବେ ।
ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ଜୁଟିଛି । ସୁସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments