![]() |
ଆର୍ଥିକ ସ୍ଥିତରେ ସ୍ୱଚ୍ଛଳତା ଦେଖା ଦେଇପାରେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ସମ୍ମାନିତ ହେବାର ସୂଚନା ମିଳୁଛି । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି । |
ଲୋଭଗ୍ରସ୍ତ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୁଯୋଗ ଅଛି । ସାମୟିକ ଭାବେ ନିଅଁଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇପାରେ । ବିଖ୍ୟାତ କୀର୍ତ୍ତିର ଅଧିକାରୀ ହୋଇପାରନ୍ତି । | |
ଆୟ ଅଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । | |
ଅଯଥା ବତିର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଧର୍ମୀୟ ଭାବନାରେ ଉଦ୍ବୁଦ୍ଧ ହେବେ । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । | |
ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ଶୁଣି ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୁଯୋଗ ଅଛି । | |
ସୁସମ୍ୱାଦ ମିଳିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରୀ କୃପା ଲାଭ କରିପାରନ୍ତି । ଘାତଚନ୍ଦ୍ର ପାଇଁ ସତର୍କ ରହିବେ । | |
ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୁଯୋଗ ଅଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି । ପ୍ରବଚନରେ ଯୋଗ ଦେବେ । | |
ଖର୍ଚ୍ଚାନ୍ତ ହୋଇପାରନ୍ତି । ଅସୁସ୍ଥତାରୁ ଧୀରେ ଧୀରେ ଆରୋଗ୍ୟ ହୋଇପାରନ୍ତି । ରାଜପୂଜ୍ୟ ହୋଇପାରନ୍ତି । ଯାନବାହନଯୁକ୍ତ ହେବେ । ସାହସୀ ହୋଇପାରନ୍ତି । କୁଶଳୀ ଓ ବାଞ୍ଛିତ କାର୍ଯ୍ୟ କରିବାରେ ପାରଙ୍ଗମ ହେବେ । | |
ସର୍ବ ସୁଖର ଅଧିକାରୀ ହୋଇପାରନ୍ତି । ଦୟାଳୁ ସ୍ୱଭାବର ହେବେ । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଘରକୁ ଆଣି ପାରନ୍ତି । ଅବିବାହିତଙ୍କର ଉପଯୁକ୍ତ ପାତ୍ରପାତ୍ରୀଙ୍କ ସହିତ ବିବାହ ପ୍ରସ୍ତାବ ଧାର୍ଯ୍ୟ ହେବାର ସୁଯୋଗ ଅଛି । | |
ଶୁଭେଚ୍ଛୁମାନଙ୍କ ସହାୟତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି । ଶୁଭକାର୍ଯ୍ୟ କରଣୀୟ । ଋଣପରିଶୋଧ କରି ଆଶ୍ୱସ୍ତ ହେବେ । | |
ଅଧ୍ୟୟନରତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁସମ୍ୱାଦ ପାଇ ଉତ୍ଫୁଲ୍ଲିତ ହେବେ । ପାରିବାରିକ ଜୀବନ ଶାନ୍ତିମୟ ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ସୁଖକର ଘଟଣା ଘଟିପାରେ । | |
ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଯାନବାହନ ସୁଖ ମିଳିପାରେ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । କୃଷି ଖେତରୁ ଲାଭ ମିଳିପାରେ । |
Odia Calendar 2021
Comments
comments