 |
ବ୍ରାହ୍ମଣଙ୍କ ସହିତ ମିତ୍ରତା ସ୍ଥାପନ ହେବ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଅନ୍ୟକୁ ଶାନ୍ତ୍ୱନା ଦେଇ ବୋଧ କରିପାରନ୍ତି । ରାଜ୍ୟପୂଜ୍ୟ ଓ ଭ୍ରାତୃସ୍ନେହୀ ହେବେ । |
 |
କୃଷିକର୍ମରୁ ଧନପ୍ରାପ୍ତ ହେବେ । ସତ୍କର୍ମରେ ପ୍ରଶଂସାର ପାତ୍ର ହେବେ । ଚତୁଷ୍ପଦ ପ୍ରାଣୀ ଲାଭର ସୂଚନା ମିଳୁଛି । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ଲାଭ ହୋଇପାରେ । ବିବିଧ ଉପାୟରେ ଧନ ଅର୍ଜନ କରିବେ । |
 |
ବିନୟୀ ସ୍ୱଭାବ ସମ୍ପନ୍ନ ହେବେ । ପ୍ରୀତିଲାଭର ସୂଚନା ମିଳୁଛି । ହାସ୍ୟରସରେ ଉଦ୍ବୁଦ୍ଧ ହେବେ । ସଂଗୀତ ପ୍ରିୟ ହେବେ । ଦାନୀ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନ ମିଳିବ । |
 |
ଦ୍ୱିଜମାନଙ୍କ ପ୍ରୀତ୍ୟାର୍ଥେ ଓ ଦେବଦେବୀଙ୍କ ପୂଜାରେ ଧନ ବ୍ୟୟ କରିପାରନ୍ତି । ଯଜ୍ଞାଦି ଧର୍ମକ୍ରିୟାରେ ନିଜକୁ ସାମିଲ କରିବେ । ସାଧମୁାନଙ୍କ ପ୍ରଶଂସାର ପାତ୍ର ହେବେ । ଯୁଦ୍ଧ, ଯାତ୍ରା ଶୁଭପ୍ରଦ ହେବ । |
 |
ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ବୁଦ୍ଧି, ବିଦ୍ୟା, ଜ୍ଞାନ, ଗରିମାଯୁକ୍ତ ହୋଇପାରନ୍ତି । ଆଭା, ପ୍ରଭା, ପ୍ରୀତିଭାର ଅଧିକାରୀ ହେବେ । ଧନ ଅର୍ଜନ ପାରଙ୍ଗମ ହେବେ । ସରକାରଙ୍କ କୃପାପାତ୍ର ହେବେ । |
 |
ବାସଭବନ ସ୍ୱାସ୍ଥ୍ୟପ୍ରଦ ହେବ । ବାଣିଜ୍ୟ କାରବାର ତ୍ୱରାନ୍ୱିତ ହୋଇପାରେ । ଦାନ, ଧ୍ୟାନରେ ମନୋନିବେଶ କରିବେ । ଅକ୍ଷୟ କୀର୍ତ୍ତି ଅର୍ଜନ କରିପାରନ୍ତି । ସଦ୍ଗଣ ସମ୍ପନ୍ନ ହେବେ । ପାରିବାରିକ ପ୍ରୀତି ରହିବ । |
 |
ଧର୍ମକ୍ରିୟାରତ ହୋଇପାରନ୍ତି । ପୁଣ୍ୟକର୍ମା ବ୍ୟକ୍ତିଭାବେ ପୂଜ୍ୟ ହେବେ । ଗୁଣର ପ୍ରସାର ଘଟାଇ ପାରନ୍ତି । ବିବେକାନୁମୋଦିତ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ । କ୍ଷମତା ଆପଣାଛାଏଁ ହାତକୁ ଆସିବ । |
 |
ଧର୍ମା-ଧର୍ମର ମାର୍ଗ ବାଛି ନେଇପାରନ୍ତି । ପ୍ରଶଂସନୀୟ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ସର୍ବଦର୍ଶୀ ହୋଇପାରନ୍ତି । ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ବାଣିଜ୍ୟ କାରବାର ତ୍ୱରାନ୍ୱିତ ହେବ । |
 |
ଅନ୍ତର୍ନିହତ ବୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି । ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ । ଶାଶ୍ୱତ ସତ୍ୟର ସନ୍ଧାନ ପାଇପାରନ୍ତି। ପୁଣ୍ୟପ୍ରଭା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । |
 |
ବନ୍ଧୁବତ୍ସଳ ହୋଇପାରନ୍ତି । ବିଦ୍ୟା ଅର୍ଜନ କରି ଚରିତ୍ରବାନ୍ ହେବେ । ପାପ, ତାପ ହରଣକାରୀ ଓ ମଙ୍ଗଳଦାୟକ ହୋଇପାରନ୍ତି । ଶତ୍ରୁଦମନ କରିବାର କଳା, କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହେବେ । |
 |
ପରୋପକାର କରି କୃପାନିଧାନଙ୍କ କୃପାପାତ୍ର ହେବେ । ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହେବେ । ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହୋଇପାରନ୍ତି । ପରାମର୍ଶ ଗ୍ରହଣଯୋଗ୍ୟ ହେବ । |
 |
କେବଳ ପରିଧାନ ନୁହେଁ, କର୍ମ ଆପଣଙ୍କ ପରିଚୟ ସୃଷ୍ଟି କରିବ । ଗୁଣର ପ୍ରସାର ଘଟାଇ ପାରନ୍ତି । କୃଷି କର୍ମରୁ ଲାଭବାନ୍ ହେବେ । ଶ୍ରମର ମୂଲ୍ୟାଙ୍କନ ହେବ । ଶାଶ୍ୱତ ପ୍ରେମର ସନ୍ଧାନ ମିଳିବ । |
For daily odia rashiphala visit our website daily in the morning. This is compiled from a trusted source.
Comments
comments