OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 20th August 2019

Odia Rashiphala

Odia Rashiphala

ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । ଗୁରୁ-ଗୁରୁଜନଙ୍କ ସୁଦୟା ଆପଣଙ୍କ ଉପରେ ଅଛି । ଖର୍ଚ୍ଚ ବୃଦ୍ଧି ହେବ ।
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ । ସାହସୀ ହୋଇପାରନ୍ତି । ନିଜ ଲୋକଙ୍କ ଦ୍ୱାରା ଉପକୃତ ହେବେ । କୁଶଳୀ ହୋଇପାରନ୍ତି । ବାଞ୍ଛିତ କାର୍ଯ୍ୟ କରି ସମ୍ମାନିତ ହେବେ ।
ମନ ଚଞ୍ଚଳ ରହିବ । ସୁଖ-ସମ୍ମାନ ଲାଭ କରିପାରନ୍ତି । ସୁଖାଦ୍ୟ ପାଇ ଖୁସି ହୋଇପାରନ୍ତି । ହର୍ଷ-ଉଲ୍ଲାସରେ ଦିନ ବିତାଇ ପାରନ୍ତି । ସତ୍ କାର୍ଯ୍ୟରେ ବ୍ୟୟ କରବାକୁ ଆଗ୍ରହୀ ହେବେ । ସତ୍ୟବାଦୀ ହେବେ । ପିତୃଭକ୍ତିଯୁକ୍ତ ଓ ଭାଗ୍ୟବାନ୍ ହେବେ ।
କର୍ମ ଚଞ୍ଚଳ ରହିବ । ଧନବାନ୍ ହୋଇପାରନ୍ତି । ମହିଳାମାନଙ୍କ ମନ କିଣି ପାରନ୍ତି । ଶାନ୍ତ, ନିପୁଣ, ମେଧାବୀ ଜିତେନ୍ଦିୟ, ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବେ । ଶତ୍ରୁ ବିଜୟୀ ହେବେ । ନୀତିନିଷ୍ଠ ହେବେ । ଗୁଣଜ୍ଞ ହେବେ ।
ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ । ନିଜକୁ ଅସହାୟ ମନେ କରିପାରନ୍ତି । ଶାରୀରିକ ସ୍ତରରେ କ୍ଳେଶ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଉଚ୍ଚସ୍ଥାନ ଚଢ଼ିବା ମନା ।
ଗୃହ ସାଜ-ସଜ୍ଜାରେ ବ୍ୟସ୍ତ ରହିବେ । ଆମୋଦପ୍ରମୋଦରେ ଦିନଟି ବିତାଇ ପାରନ୍ତି । ବିଭିନ୍ନ ଦିଗରୁ ଆୟ ଆସିପାରେ । ବିନୀତ ସ୍ୱଭାବର ହେବେ । ଗଣୁବାନ୍ ହେବେ । ବହୁବିଦ୍ୟା ପାରଙ୍ଗମ ହୋଇପାରନ୍ତି । ନିତ୍ୟାନନ୍ଦଯୁକ୍ତ ଓ ଧନଲାଭକାରୀ ହେବେ ।
ଗୃହକର୍ମ ଆନନ୍ଦଦାୟକ ହେବ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ବୁଦ୍ଧିମାନ୍ ହେବେ । ସର୍ବତ୍ର ସୁଖ-ସମୃଦ୍ଧି ଆଶା କରାଯାଏ ।
ପରର ଉପକାର କରି ଆନନ୍ଦ ଅନୁଭବ କରିପାରନ୍ତି । ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ । ଆଶାଫଳବତୀ ହେବେ । କାର୍ଯ୍ୟ ହାସଲ କରିବାର ସକ୍ଷମ ହେବେ । ଧନଶାଳୀ ହେବେ । ପୁଣ୍ୟଦେହୀ ହେବେ । ହଠାତ୍ କିଛି ଅର୍ଥ ମିଳିବ ।
କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । କାର୍ଯ୍ୟ ଧାରାରେ ସାମାନ୍ୟ ପରିବର୍ତ୍ତନ କରାଇ ପାରନ୍ତି । ବିରୋଧୀମାନଙ୍କ ମୁଖ ବନ୍ଦ କରିବାର ସଫଳ ହେବେ । ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ ।
ସହକର୍ମୀମାନଙ୍କ ସହାୟତା ମିଳିପାରେ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଧନ-ମନ-ସୁଖ-ସମ୍ଭୋଗ ଓ ଧର୍ମକାର୍ଯ୍ୟ କରିବେ । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି ।
କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିବାକୁ ସିଦ୍ଧହସ୍ତ ହେବେ । ବିଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ମିଳିବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ଅତିସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି । ରୂପବାନ୍ ହେବେ ।
ଲୋକଙ୍କ ଠାରେ ବିଶ୍ୱାସ ଭାଜନ ହୋଇପାରନ୍ତି । ସୁଖୀ ହେବେ । ସମ୍ମାନିତ ହେବେ । ସରକାରୀ କୃପା ଲାଭ କରିବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଯଥେଷ୍ଟ ପରିମାଣର ହେବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ନୂତନ ବନ୍ଧୁ ଜୁଟିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments