OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 1st February 2022

Odia Rashiphala

Odia Rashiphala

ସେବାକର୍ମରତ, ବିନୀତ, ସତ୍ୟଯୁକ୍ତ, ସ୍ତ୍ରୀପୁତ୍ର ପ୍ରୀତିଯୁକ୍ତ ହେବେ । ଅଶ୍ୱିନୀ ନକ୍ଷତ୍ରଜାତ ବ୍ୟକ୍ତି, ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତି ଚପଳମତି ହେବେ । କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳଯୁକ୍ତ ହେବେ ।
ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ବୀରତ୍ୱ ପ୍ରକାଶ କରିବେ । ବିନୀତ ସ୍ୱଭାବ, ଭୋଗୀ, ସୁଖୀ, ରାଜସେବକ, ଉତ୍ତମ ବୃତ୍ତିଧାରୀ ହେବେ । ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ । କୃତ୍ତିକାର ସାମାନ୍ୟ ଫଳ ।
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଉତ୍ତମ ପରାମର୍ଶଦାତା ହେବେ । ସ୍ୱୀକୃତିସମ୍ପନ୍ନ ହୋଇପାରନ୍ତି । ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହେବେ । ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ ।
ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପତ୍ନୀ ମନୋହାରିଣୀ, ସୌଭାଗ୍ୟଯୁକ୍ତା, କଳଙ୍କ ରହିତା ସଂଯତା ହେବେ । ସେବା ମନୋଭାବର ହେବେ । ବ୍ୟବସାୟରୁ ଲାଭ ମିଳିବ । ଅଶ୍ଲେଷା ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ ।
ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି । ଋଣମୁକ୍ତ ହେବାର ସୂଚନା ମିଳୁଛି । ପତ୍ନୀଙ୍କ ଧନରେ ସୁଖୀ ହେବେ । ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ ।
ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ । ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ । ତେଜୀୟାନ ହେବେ । ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି । ହସ୍ତା ନକ୍ଷତ୍ରର ସାମାନ୍ୟ ଫଳ ।
ସ୍ୱାତୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ସୁଖର ସୂଚନା ମିଳୁଛି । ମନ୍ତ୍ରଶାସ୍ତ୍ରାଦିରେ ପଟୁ ହେବେ । ଧନ ସହିତ ଯାନବାହନ ସୁଖ ମିଳିବ । ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ ଫଳ ।
ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ଜନସାଧାରଣ ଓ ସରକାରଙ୍କ କୃପାପାତ୍ର ହେବେ । ବହୁମିତ୍ରଙ୍କ ସହାୟତା ପାଇବେ । ସୁସ୍ଥ ଓ ନିରାମୟ ରହିବେ । ନିର୍ଭୟରେ କାର୍ଯ୍ୟ କରିବେ । ଜ୍ୟେଷ୍ଠା ଓ ବିଶାଖାର ସାମାନ୍ୟ ଶୁଭ ।
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହେବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ ।
ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ । ବନ୍ଧୁ, ସରକାରଙ୍କ ଦ୍ୱାରା ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନ ମିଳିବ । ଚିନ୍ତାଧାରା ଉତ୍ତମ ମାନର ହେବ । ଶ୍ରବଣା ନକ୍ଷତ୍ରର ସାମାନ୍ୟ ଶୁଭ ।
ଶତଭିଷା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି କ୍ଷମାସାଗର ହେବେ । ବିଜ୍ଞ ବ୍ୟକ୍ତି ଭାବେ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ । ସୁବକ୍ତା ହୋଇପାରନ୍ତି । ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ରହିବେ । ବହୁ ପ୍ରକାରର ଲାଭ ପ୍ରାପ୍ତ ହେବେ । ମିତ୍ରଠାରୁ, ସରକାରୀ ସୂତ୍ରରୁ ଧନପ୍ରାପ୍ତ ହେବେ । ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସ୍ୱଳ୍ପ ଶୁଭଫଳ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments