OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 19th November 2019

Odia Rashiphala

Odia Rashiphala

ଚିନ୍ତାମୁକ୍ତ ହୋଇପାରନ୍ତି । ମନରେ ସେବା ଭାବନା ଜାଗ୍ରତ ହେବ । ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିବେ । ଯାନବାହନ ଲାଭ ହେବ । ଗୃହ ପରିବେଶ ଠିକ୍ ରହିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବେ । କର୍ମକ୍ଷେତ୍ର ଏପରିକି ସର୍ବସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅର୍ଥ ଓ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ମଉଜ ମଜଲିସ୍ କରିବେ ।
ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିନିଷ୍ଠ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ହୃଷ୍ଟଚିତ୍ତ ଓ ଅତିସୁଖୀ ହୋଇପାରନ୍ତି । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ ।
ପ୍ରୀତି ଭୋଜନ ମିଳିପାରେ । ଦେବ ଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତ ରହିବେ । ଆୟ ପରିମାଣ ବୃଦ୍ଧି ପାଇବ । ସରକାରୀ କିମ୍ବା ବନ୍ଧୁସୂତ୍ରରୁ ଲାଭବାନ୍ ହେବେ । ଶରୀର ସୁସ୍ଥ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ ।
କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୂରୀଭୂତ ହେବ । ଅତିଥି ସତ୍‌କାର ପାଇଁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମନସ୍କାମନାପୂର୍ଣ୍ଣ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ବିବାଦର ସୁସମାଧାନ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ମଧୁରଭାଷୀ ହେବେ ।
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ହସଖୁସିରେ ସମୟ ବିତାଇ ପାରନ୍ତି । ବିଭିନ୍ନ ସ୍ତରରୁ ସ୍ନେହ-ଶ୍ରଦ୍ଧା ଲାଭ କରିବେ । ଲୋକପ୍ରିୟତା ବୃଦ୍ଧି ହେବ । ସମ୍ମାନିତ ହେବେ । ଯାନବାହନ ସୁଖ ମିଳିବ । ପ୍ରସନ୍ନତା ଲାଭ କରିବେ ।
ହଜି ଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତ ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନରେ ସେବା ଭାବନା ଜାଗରିତ ହେବ । ପୂଜାର୍ଚ୍ଚନାରେ ନିମଜିତ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଗୃହରେ ଶାନ୍ତି ବିରାଜମାନ କରିବ ।
ସଫଳତାର ସୂଚନା ମିଳିପାରେ । ଭ୍ରମଣ ଯୋଗ ରହିଛି । ପ୍ରତିଯୋଗିତାରେ ବିଜୟୀ ହେବେ । ଯଶସ୍ୱୀ ହୋଇପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନୈକା ମହିଳା ସାହାଯ୍ୟ କରିପାରନ୍ତି ।
ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ମାନସିକ ସ୍ତରରେ କ୍ଳେଶ ଉପୁଜିବାର ସମ୍ଭାବନା ଅଛି । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ ।
ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । କର୍ତ୍ତବ୍ୟ ପରାୟଣ ହେବେ । ପଡ଼ୋଶୀଙ୍କ ସହ ବୁଝାମଣା ଉତ୍ତମ ସ୍ଥିତିରେ ରହିବ । ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ରହିବ । ଶତ୍ରୁ ବିନାଶ କରି ମାନସିକ ଶାନ୍ତି ମିଳିବ ।
ପିଲାଙ୍କ ପଢ଼ାପଢ଼ି ପାଇଁ ବ୍ୟସ୍ତ ରହିବେ । କଳ୍ପନା ବିଳାସୀ ହୋଇପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖ ମିଳିବ । କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ । ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ । ଚଞ୍ଚଳ ଚେଷ୍ଟିତ ହେବେ ।
ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ହଠାତ୍ କିଛି ଅର୍ଥ ପାଇ ଚିନ୍ତାମୁକ୍ତ ହେବେ । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ବାଣିଜେ ବସତି ଲକ୍ଷ୍ମୀ ଯୋଗ ଅଛି । ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ । ସୁଖୀ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments