OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 19th May 2020

Odia Rashiphala

Odia Rashiphala

ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ବ୍ୟୟ ପରିମାଣ ବୃଦ୍ଧି ପାଇପାରେ । ଅଯଥା ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଶୁଭଙ୍କର । ଚଞ୍ଚଳମନା ହେବେ । ନୀତ ନିୟମ ମାନି ଚଳିବେ । ଜନବଲ୍ଲଭ ଭାବେ ପ୍ରବଳ ପ୍ରତାପୀ ହେବେ ।
ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁଖ ମିଳିବ ।
ଧୀରେ, ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ ।
ପରିଶ୍ରମ ଅତ୍ୟଧିକ ହେଲେ ବି; ତା’ର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ହାତକୁ ଆସିବ ଓ ତାର ସଦ୍‌ବ୍ୟବହାର କରିବେ । ପ୍ରତିଯୋଗିତାରେ ବିଜୟୀ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ପ୍ରବଚନ ଶୁଣିବେ ।
ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ସ୍ୱାଭିମାନୀ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ନ୍ୟୂନତା ଆସିପାରେ । କେବଳ ଭାଗ ବ୍ୟବସାୟରୁ ସାମାନ୍ୟ ପରିମାଣର ଲାଭ ମିଳିପାରେ । ଶୁଭକାର୍ଯ୍ୟ ବର୍ଜନୀୟ । ଯାନବାହନରେ ସତର୍କ ରହିବେ ।
ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ କାର୍ଯ୍ୟ କଲେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସାହାଯ୍ୟ, ସହାନୁଭୂତ ମିଳିପାରେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ପାଇ ମନ ସ୍ଥିର କରିପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ । ଶୁଭକାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ ପାଇବ । ଋଣ ପରିଶୋଧ କରିବାରେ ସକ୍ଷମ ହେବେ ।
କାର୍ଯ୍ୟ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଅଧ୍ୟୟନରତ ହେବେ । ବିଭିନ୍ନ ଦିଗରୁ ଅଧିକ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ । ହଠାତ୍ କିଛି ଅର୍ଥ ମିଳିପାରେ ।
ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । କର୍ମ ମାର୍ଗ ଉଜ୍ଜ୍ୱଳ କରିବାରେ ସିଦ୍ଧହସ୍ତ ହେବେ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିବ । ଶୁଭକାର୍ଯ୍ୟ ବର୍ଜନୀୟ ।
କାର୍ଯ୍ୟରେ ଅସ୍ଥିରତା ଉପୁଜିପାରେ । ନିଜ ବୁଦ୍ଧି ବଳରେ ପରିସ୍ଥିତିକୁ ଆୟତ୍ତାଧୀନ କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଠାକୁରଙ୍କ ଦର୍ଶନ ଲାଭ କରିବେ । ଅଶାନ୍ତର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରେ ଲାଭ ଉଠାଇ ପାରନ୍ତି ।
ଦେଖା ଦେଇଥିବା ଆକସ୍ମିକ ସମସ୍ୟାର ସୁସମାଧାନ କରିପାରନ୍ତି । ନିଃସ୍ୱାର୍ଥପର ଭାବେ ସେବା କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନୀତିରୁ ବିଚ୍ୟୁତ ହେବେ ନାହିଁ । ସୁବିଦ୍ୟାଯୁକ୍ତ ହୋଇପାରନ୍ତି । ଦ୍ରବ୍ୟ ଲାଭ ହେବ ।
ରୋଜଗାର ଆଶାନୁରୂପ ହୋଇପାରେ । ଆଶାବାଦୀ ହେବେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments