OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 18th May 2021

Odia Rashiphala

Odia Rashiphala

ଯାନବାହନ ସୁଖ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରନ୍ତି । ଯଶସ୍ୱୀ ଓ କୀର୍ତ୍ତିମାନ ହେବେ । ପରିଶ୍ରମ ଅତ୍ୟଧିକ ହେଲେ ବି; ତା’ର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣା ଘଟିପାରେ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳ ଦେଖା ଦେବ । ଦେବଦର୍ଶନର ସୁଯୋଗ ମିଳିବ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । ବନ୍ଧୁ ସ୍ନେହୀ ହୋଇପାରନ୍ତି । ଥଣ୍ଡାରେ ସାମାନ୍ୟ ପୀଡ଼ା ଭୋଗିପାରନ୍ତି ।
କର୍ମଚଞ୍ଚଳ ରହିବେ । ବ୍ୟବସାୟରୁ ଅଧିକ ଧନଲାଭ ହୋଇପାରେ । କାର୍ଯ୍ୟରେ ନିଷ୍ଠାପର ହେବେ । ସମସ୍ୟା ସମାଧାନ କରିବାରେ ପାରଙ୍ଗମ ହେବେ । ନିଃସ୍ୱାର୍ଥପର ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ସୁଖଭୋଗ କରିବେ ।
ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ବ୍ୟୟବୃଦ୍ଧିର ସୂଚନା ମିଳୁଛି । ଚଞ୍ଚଳ ସ୍ୱଭାବର ହେବେ । ରାଜଯୋଗ ଅଛି । ଧାର୍ମିକ ପ୍ରବୃତ୍ତିର ହେବେ । ଦୁଃ-ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଜ୍ଞାନୀ ହେବେ ।
ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିବ । ଅଧିକକାଳ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଯାନବାହନ ସୁଖ ମିଳିବ ।
ସୁସମ୍ୱାଦ ପାଇ ଖୁସି ହେବେ । ଆୟ ଆଶାନୁରୂପ ହେବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରି ପ୍ରଶଂସାର ପାତ୍ର ହେବେ । ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦରେ ବିଜୟୀ ହେବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ବିଶେଷ ଉପକୃତ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ପୁରସ୍କୃତ ହୋଇପାରନ୍ତି ।
ଅନଟନର ସମ୍ମୁଖୀନ ହୋଇପାରନ୍ତି । ଶୁଭକାର୍ଯ୍ୟ ନ କରିବା ଭଲ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସେବା-ଧର୍ମକୁ ଆଦରି ନେଇ ପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ବହୁ ସୁଖକର ଘଟଣା ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିପାରନ୍ତି । ପତ୍ନୀ ସହାୟିକା ହେବେ ।
ଧୈର୍ଯ୍ୟବାନ୍ ହୋଇପାରନ୍ତି । ବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ସମର୍ଥନ ପାଇ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ସମାଚାର ପାଇ ଖୁସିବ୍ୟକ୍ତ କରିପାରନ୍ତି । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିପାରନ୍ତି ।
ସୁ-ସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments