OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 18th June 2019

Odia Rashiphala

Odia Rashiphala

 ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କାର୍ଯ୍ୟ ଚାପରେ ଥକ୍କା ହୋଇ ପଡ଼ିଥିବାରୁ ବିଶ୍ରାମ ଗ୍ରହଣ କରିପାରନ୍ତି। ଦିନଟି ଭିତରେ ଭୋଗ ବିଳାସ କରିବେ। ସୁଖ-ସମୃଦ୍ଧପୂର୍ଣ୍ଣ ଜୀବନ ଯାପନ କରିବେ। ଭାଗ୍ୟଶାଳୀ ହେବେ।
ଅଜାଣତରେ କ୍ଷତିଗ୍ରସ୍ତ ହେବେ। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସର୍ଦି କଫରେ ପୀଡ଼ିତ ହୋଇଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗଁ ସତର୍କ ହେବେ।
 ବ୍ୟବସାୟ ଲାଭଜନକ ହେବ। ଆମୋଦ ପ୍ରମୋଦରେ ଦିନଟି ବିତାଇ ପାରନ୍ତି। ମନରେ ସେବା ଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନନ୍ତି। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତାର ଶୀର୍ଷ ସ୍ଥାନକୁ ଆରୋହଣ କରିବେ।
ଆୟ ବୃଦ୍ଧିର ସୂଚନା ମିଳୁଛି। ମନୋବଳ ଦୃଢ଼ ରହିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ବଳବାନ୍ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଦିନକ ଭିତରେ ବହୁ୍ ଶୁଭଫଳର ଅଧିକାରୀ ହେବେ।
କାର୍ଯ୍ୟ ଭାର ଲାଘବ ହେବ। ପରଚର୍ଚ୍ଚା କରିପାରନନ୍ତି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ସନ୍ତାନ ଜାତ ହୋଇପାରେ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ସୁଖ ମିଳିବ।
ଗୃହ ସାଜ-ସଜ୍ଜାରେ ବ୍ୟସ୍ତ ରହିପାରନନ୍ତି। ବାଦ- ବିବାଦରେ ବିଜୟୀ ହେବେ। ଉଦାର ପ୍ରକୃତିରହୋଇପାରନନ୍ତି। ଦାନ-ଧର୍ମ ପ୍ରତି ଆଗ୍ରହୀ ହେବେ। ବ୍ୟକ୍ତି ବିଶେଷ ଭାବେ ସମ୍ମାନିତ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ। ବୁଦ୍ଧିମାନ୍ ହେବେ।
ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁରଭାଷୀ ହୋଇପାରନନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବାର ସୂଚନା ମିଳୁଛି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ।
ପରମଭାଗ୍ୟଶାଳୀ ହେବେ। ସହନଶୀଳ, ମଧୁରଭାଷୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ଲାଭ କରିପାରନନ୍ତି। ବ୍ୟବସାୟରୁ ବହୁତ ଲାଭ ମିଳିବ। ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ।
ଶିବ ଦର୍ଶନ ଲାଭ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଆଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ । ମୋକଦ୍ଦମାରେ ଜିଣି ଧନଲାଭ ହେବ।
 ଅସୁବିଧାରେ ସମ୍ମଖୀନ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁର କଥା କହି ମାୟା ବିସ୍ତାର କରିପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ସୁଖ ମିଳିବ।
ଦେବ ଦର୍ଶନ ଆନନ୍ଦଦାୟକ ହେବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସସ୍ଥୁ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ତେଜସ୍ୱୀ ହେବେ। ଯଶ ଅର୍ଜନ କରି ସୁଖ ପାଇବେ।
ସହକର୍ମୀମାନଙ୍କର ନେତୃତ୍ୱ ନେଇପାରନ୍ତି। ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଦୀପକ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ମନ ପ୍ରସନ୍ନ ରହିବ। ଯଶସ୍ୱୀ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments