OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 17th Sep 2019

Odia Rashiphala

Odia Rashiphala

ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ରଣାଙ୍ଗନରେ ବିଜୟୀ ହେବେ ।
ମା’ଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ବାଧା ବିଘ୍ନଙ୍କୁ ଏଡ଼ାଇ କାର୍ଯ୍ୟରେ ଆଗୁସାର ହେବେ । ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଚଞ୍ଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେଇପାରେ । ମିଠାକଥାରେ ପରକୁ ଆପଣାର କରିବେ ।
ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷରୁ ଅର୍ଥ ମିଳିବ ।
ଭ୍ରମଣ ସୁଖଦାୟକ ହେବ । କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସୁଖ ମିଳିବ ।
ସେବା-ପୂଜାର ପ୍ରତୀକ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ବ୍ୟୟଭାର ବୃଦ୍ଧି ହୋଇପାରେ । ସତର୍କ ନ ରହିଲେ କାର୍ଯ୍ୟରେ ସାମୟିକ ଭାବେ କେହି ବାଧା ଦେବାକୁ ଉଦ୍ୟମ କରିବେ । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ ।
ବିଭିନ୍ନ ସ୍ତରରୁ ସହଯୋଗ ମିଳିପାରେ । ବ୍ୟବସାୟ ଲାଭଜନକ ହେବ । ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ସମାଜସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ଉପଦେଶ କାର୍ଯ୍ୟରେ ଲାଗିବ ।
ମନୋବଳ ଦୃଢ଼ ରହିବ । ଭାଇମାନଙ୍କ ପ୍ରତି ସ୍ନେହଭାବ ଊଣା ହେବ ନାହିଁ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ପ୍ରାପ୍ତ ହେବେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସା ଲାଭ କରିବେ ।
ଉପୁଜି ଥିବା ଅଶାନ୍ତିର ପରିସମାପ୍ତି ଘଟିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ । ବ୍ୟବସାୟରେ ପ୍ରଚୁର ଲାଭ ହେବ ।
ଦୀର୍ଘ ଦିନର ଇଚ୍ଛା ପୂରଣ ହୋଇପାରେ । ଶ୍ରମ ସାର୍ଥକ ହେବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଶ୍ରେୟ ମଣିପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱଯୁକ୍ତ ହେବେ । ସୁସ୍ଥ ରହିବେ । କୃଷି କର୍ମକାରୀ ହେବେ । ଜଳପ୍ରତି ଆଦର ପ୍ରେମୀ ହେବେ ।
ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଶ୍ରମକାତର ନ ହୋଇ ଆଗକୁ ବଢ଼ିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ଭାବେ ଅଧସ୍ତନଙ୍କର ପ୍ରିୟପାତ୍ର ହେବେ । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଉପୁଜି ପାରେ । ପ୍ରେମୀ ଓ ସାହସୀ ହେବେ ।
ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ଲାଭ କରିବେ । ପତ୍ନୀସ୍ନେହୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments