OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 17th Nov 2020

Odia Rashiphala

Odia Rashiphala

ଇଚ୍ଛା କରୁଥିବା କାର୍ଯ୍ୟଟି ହସ୍ତଗତ ହୋଇପାରେ । ସେବା ପୂଜାରେ ମନୋନିବେଶ କରିପାରନ୍ତି । କୌଣସି କାରଣରୁ ମନରେ ଈର୍ଷାଭାବ ଆସିପାରେ । ସ୍ୱାଭିମାନୀ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।
ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଅହଂ ଭାବର ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଦ୍ୱାରା ପରିଚାଳିତ ହୋଇପାରନ୍ତି । ଅବିବାହିତମାନଙ୍କର ମନୋରମା କନ୍ୟାସହ ବିବାହ ସ୍ଥିର ହେବ ।
ମିତ୍ର ଲାଭ ହୋଇପାରେ । ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ସୁତ୍‌ପୁତ୍ର ଲାଭ କରିପାରନ୍ତି । ଅଜାତଶତ୍ରୁ ହେବେ ।
କର୍ମଚଞ୍ଚଳ ରହିବେ । ଆକସ୍ମିକ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।
ଉଦାର ପ୍ରକୃତିର ହୋଇପାରନ୍ତି । ଦାନ ଧର୍ମରେ ଦୀକ୍ଷିତ ହେବେ । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହୋଇପାରନ୍ତି । ପ୍ରେମୀ ଓ ବୁଦ୍ଧିମାନ ହେବେ । ଯଶସ୍ୱୀ ହେବେ ।
ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମଧୁରଭାଷୀ ହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ ଓ ସାହସୀ ହେବେ । ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ । ଧାର୍ମିକ ହେବେ । ବନ୍ଧୁପ୍ରେମୀ ବିଦ୍ୱାନ୍ ହୋଇପାରନ୍ତି ।
କଠିନ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି । ଅବଶ୍ୟ ଶ୍ରମର ମୂଲ୍ୟ ମିଳିବ । ଭାଗ୍ୟଶାଳୀ ହେବେ । ଶାନ୍ତିପ୍ରିୟ ଓ ସହନଶୀଳ ହେବେ । ବିଦ୍ୟାପ୍ରେମୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖରେ କଟିବ ।
ମିଳିଥିବା କାର୍ଯ୍ୟ ହାତଛଡ଼ା ନ କରିବା ଭଲ । ଆଶାବାଦୀ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ଉଦ୍ୟମ ଜାରି ରହିବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ । କର୍ମଚଞ୍ଚଳ ରହିବେ । ମଧୁରଭାଷାରେ ଜନମନ କିଣିବାରେ ସକ୍ଷମ ହେବେ । ଧାର୍ମିକ ପ୍ରକୃତିର ହେବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ । ସାହସୀ ଓ ଜ୍ଞାନୀ ହେବେ ।
ସୁସ୍ଥ ରହିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ତନ୍ତ୍ର, ମନ୍ତ୍ର ତଥା ଜ୍ୟୋତିଷ ବିଦ୍ୟାପ୍ରତି ରୁଚି ରହିବ । ଗୃହ କାର୍ଯ୍ୟରେ ପତ୍ନୀଙ୍କ ସହାୟତା ମିଳିବ ।
ଆୟ ବୃଦ୍ଧିର ସୂଚନା ମିଳୁଛି । କୁଳ ପ୍ରଦୀପ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛାଭାବ ରହିବ ।
କର୍ତ୍ତବ୍ୟ ପାଳନ କରି ଧନ୍ୟବାଦର ପାତ୍ର ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି । ଶିଳ୍ପଦ୍ୟୋଗୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments