![]() |
ସେବକ ମନୋଭାବ ପୋଷଣ କରିପାରନ୍ତି । କାର୍ଯ୍ୟର ସଫଳ ରୂପାୟନରେ ସକ୍ଷମ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
ଶୁଭକାର୍ଯ୍ୟ ବର୍ଜନୀୟ । ସଙ୍ଗୀତ ପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହେବେ । ଧନଶାଳୀ ହେବାର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । | |
ନିଜ ବୁଦ୍ଧିବଳରେ କରିଥିବା କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ଆନନ୍ଦ ଉପଭୋଗ କରିବେ । ପ୍ରୀତିଭୋଜନ ମିଳିବ । | |
ମନସ୍କାମନା ପୂରଣ ହେବ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିବେ । | |
ପଢ଼ା-ପଢ଼ିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଉତ୍ତମ ମିତ୍ର ପୁତ୍ରାଦି ଲାଭ କରିପାରନ୍ତି । ଅସତ୍ କାର୍ଯ୍ୟରେ ବ୍ୟୟ କରିପାରନ୍ତି । | |
କଳହଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ନାନା ବିଧ ସୁଖର ଅଧିକାରୀ ହେବେ । ରାଜପୂଜା ମିଳିବ । ବନ୍ଧୁ ଓ ଜନସାଧାରଣଙ୍କ ତରଫରୁ ସ୍ନେହ-ଶ୍ରଦ୍ଧା ମିଳିବ । | |
ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ, ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବେ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରିପାରନ୍ତି । ଠାକୁର ଦର୍ଶନର ସୁଯୋଗ ଅଛି । ସରକାରୀ ଲାଭ ମିଳିବ । ଅଶାନ୍ତି ହ୍ରାସ ହେବ । | |
ଦିନଟି ସମସ୍ୟା ବହୁଳ ହୋଇପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ପରାକ୍ରମୀ ହେବେ । ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଧନର ଅଧିକାରୀ ହେବେ । ଭୋଗ-ବିଳାସ କରିପାରନ୍ତି । ବୁଝି-ବିଚାରି କାର୍ଯ୍ୟ କଲେ ପ୍ରମାଦମୁକ୍ତ ହେବେ । | |
ଶାସ୍ତ୍ରପଟୁ, ସୁବର୍ଣ୍ଣାଦିଯୁକ୍ତ, ସୁନ୍ଦର ସ୍ୱରୂପ, ରାଜବଂଶ ପୂଜିତ ଓ ଗୁଣଜ୍ଞ ହେବେ । ଅର୍ଥ ମିଳିବ । ସୁଖଭୋଗ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । | |
ଭଲ-ମନ୍ଦ ମିଶ୍ରିତ ଫଳ ମିଳିପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଯଥା ବିତର୍କରେ ଭାଗ ନନେଇ ଚୁପ୍ ରହିବା ସବୁଠୁଁ ଭଲ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହେବେ । ସୁବର୍ଣ୍ଣ ସମ୍ପଦ ମିଳିପାରେ । | |
ମିଳିଥିବା ସୁଯୋଗକୁ ହାତଛଡ଼ା କରିବେ ନାହିଁ । ତା’ର ସଦୁପଯୋଗ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । | |
କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ତ୍ତବ୍ୟନିଷ୍ଠ ହେବେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ । |
Odia Calendar 2019
Comments
comments