![]() |
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ଲୋକଙ୍କ ସେବାରେ ଧନ ବ୍ୟୟ କରିପାରନ୍ତି । |
ଆୟ ଆଶାନୁରୂପ ହେବ । ସୁସମ୍ୱାଦ ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । | |
କର୍ତ୍ତବ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିଜୟୀ ହେବେ । | |
କର୍ମକ୍ଷେତ୍ରରେ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତା ହାସଲ କରିବେ ଓ ତା’ର ସଦ୍ ବ୍ୟବହାର କରି ଜନପ୍ରିୟ ହେବେ । ବିବାଦୀୟ ଘଟଣାରେ ଜିତାପଟ ନେବେ । | |
ପେଟରେ ଯନ୍ତ୍ରଣା ଦେଖା ଦେଇପାରେ । ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ । ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ଦାତା, ଭୋକ୍ତା, ଗୁଣବାନ୍ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ବନ୍ଧୁଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇଁ ଖୁସି ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଆନନ୍ଦ ଉପଭୋଗ କରିବେ । | |
ମନରେ ଦାମ୍ଭିକ ଭାବ ଉଦ୍ରେକ ହୋଇପାରେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଋଣ ପରିଶୋଧ କରିପାରନ୍ତି । | |
ଅନୁରୋଧ ରକ୍ଷାକରି ଅନ୍ୟକୁ ସାହାଯ୍ୟ କରିପାରନ୍ତି । ବକୟା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଜୀବନ ସୁଖମୟ ହେବ । ଆର୍ଥିକ ଅନୁଦାନ ପାଇ ଖୁସି ହେବେ । ସୁସ୍ଥ ଓ ନିରାମୟ ରହିବେ । | |
ପରିଶ୍ରମର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବାସସ୍ଥାନ ପ୍ରଦୂଷଣମୁକ୍ତ ରହିବ । ଯାନ-ବାହନ ସୁଖ ମିଳିପାରେ । ରଜତ ଧନ ଦ୍ୱାରା ଧନଶାଳୀ ହୋଇପାରନ୍ତି । | |
କାର୍ଯ୍ୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବଦର୍ଶନରେ ଆତ୍ମସନ୍ତୋଷ ମିଳିବ । ଅଶାନ୍ତି ଦୂର ହେବ । ଲାଭ ମିଳିବ । | |
ଭାଗ୍ୟଶାଳୀ ହେବେ । ମତିମାନ୍ ହୋଇପାରନ୍ତି । ଧନଯୁକ୍ତ ହେବାର ସୂଚନା ମିଳୁଛି । ଚଞ୍ଚଳମନା ଓ ଅତିସୁଖୀ ହେବେ । ଭାଷା ପରମ କଲ୍ୟାଣୀୟ ହୋଇପାରେ । ପୁଣ୍ୟବାନ୍ , ସୁବିମଳ ଓ ଯଶସ୍ୱୀ ହେବେ । | |
ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଦାମ୍ପତ୍ୟ ସୁଖ ମିଳିବ । ନୂଆବନ୍ଧୁ ଜୁଟିବେ । |
Odia Calendar 2021
Comments
comments