OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 15th Oct 2019

Odia Rashiphala

Odia Rashiphala

ଆର୍ଥିକ ସହାୟତା ମିଳିବାର ସୁଯୋଗ ଅଛି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରଣାଙ୍ଗନରେ ବୀରତ୍ୱ ପ୍ରତିପାଦନ କରିବେ । ମୋକଦ୍ଦମାରେ ଜିଣିବେ । ଧନଲାଭ ହେବ ।
ଅନ୍ୟାୟର ପ୍ରତିରୋଧ କରିପାରନ୍ତି । ଗତିରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ମଧୁରଭାଷା ପ୍ରୟୋଗ କରି ପରକୁ ଆପଣାର କରିବେ । ଖର୍ଚ୍ଚାନ୍ତ ହେବେ ।
ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯେକୌଣସି ସୂତ୍ରରୁ ଆୟ ବୃଦ୍ଧି ହେବ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ବଂଶ ମର୍ଯ୍ୟାଦାକୁ ଆଲୋକିତ କରିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗବିଳାସ କରିପାରନ୍ତି । ସୁଖ-ସମୃଦ୍ଧିର ମୂଳଦୁଆ ପକାଇବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବା ଆଶାକରାଯାଏ ।
ବୃଥା କାର୍ଯ୍ୟରେ ସମୟ ବିତାଇ ପାରନ୍ତି । ସ୍ୱାଭିମାନୀ ହେବେ । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ରାଜନୈତିକ ନେତାମାନଙ୍କ ଦ୍ୱାରା କାର୍ଯ୍ୟ ହାସଲ କରିବେ । ପରଧନରେ ଧନୀ ହୋଇପାରନ୍ତି ।
ବାଞ୍ଚିତ ଘଟଣାମାନ ଘଟିବ । ବ୍ୟବସାୟ ଲାଭଜନକ ହେବ । ସାମାଜିକ କ୍ଷେତ୍ରରେ ସେବାକୁ ଆଦରି ନେଇ ପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତି ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ପରାମର୍ଶରେ ଚଳିବେ । ବନ୍ଧୁ ସୁଖ ମିଳିବ ।
ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରି ବିଫଳ ହେବେ । ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ଶକ୍ତିମାନ୍ ହୋଇପାରନ୍ତି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନଲାଭ ହୋଇପାରେ । ପତ୍ନୀ ଆଜ୍ଞାକାରିଣୀ ହେବେ ।
ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ । ବାଦ-ବିବାଦରେ ସମ୍ମୁଖୀନ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ । ଦାନଶୀଳ ହେବେ । ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷି କାର୍ଯ୍ୟ ପାଇଁ ତତ୍ପର ହୋଇପାରନ୍ତି ।
ଚିନ୍ତା ଦୂରେଇ ଯିବ । ମନୋବଳ ଦୃଢ଼ ରହିବ । ପ୍ରସନ୍ନ ଚିତ୍ତ ହୋଇପାରନ୍ତି । ଆସ୍ତିକ ସ୍ୱଭାବର ହେବେ । ମୃଦୁଭାଷୀ ହୋଇପାରନ୍ତି । ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଭୋଗ କରିବେ । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃସ୍ନେହ ଅତୁଟ ରହିବ ।
ଧନ-ସମ୍ପଦ ବୃଦ୍ଧି ହେବ । ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ପରାକାଷ୍ଟା ପ୍ରତିପାଦନ କରିପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ସ୍ତ୍ରୀ ବିଳାସୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments