![]() |
ସୌଖୀନ୍ ଦ୍ରବ୍ୟ କିଣିବାରେ ଆଗ୍ରହୀ ହେବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ନୂତନ ଦାୟିତ୍ୱ ବହନ କରିବାର ସମ୍ଭାବନା ଅଛି । ପଢ଼ାପଢ଼ିରେ ଅଗ୍ରଗତି କରିବେ। |
ଶତ୍ରୁ ଆପଣାଛାଏଁ ଅପସରି ଯିବ । ସୁସ୍ଥ ରହିବେ । ବ୍ୟବସାୟ ଲାଭଜନକ ହେବ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଆୟ ଆଶାନୁରୂପ ହେବ । ଚାକିରି କ୍ଷେତ୍ରରେ ସୁନାମ ମିଳିବ । | |
ସମ୍ମାନିତ ହେବେ । ବ୍ୟବସାୟ ଲାଭରେ ଚାଲିବ । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ଦୂରଦ୍ରଷ୍ଟା ହୋଇପାରନ୍ତି । ସ୍ଥିତପ୍ରଜ୍ଞ ହୋଇପାରନ୍ତି । ଲେଖାପଢ଼ାରେ କୃତିତ୍ୱ ଅର୍ଜନ କରିବେ । | |
ରୋଜଗାର ଆଶାନୁରୂପ ହେବ । ବ୍ୟବସାୟ ଲାଭଜନକ ହେବ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ପଢ଼ାପଢ଼ିରେ ଅଗ୍ରଗତି ଘଟିବ । | |
ଜମିଜମା ବାବଦରେ ଶତ୍ରୁଙ୍କ ସହିତ ମୁହାଁମୁହିଁ ହୋଇପାରନ୍ତି । ବହୁ ବ୍ୟୟର ସମ୍ମୁଖୀନ ହେବେ । ଉତ୍ତମ ଭାଷା ଓ ବ୍ୟବହାର ଯୋଗୁଁ ବିଭିନ୍ନ ସ୍ତରରୁ ସହାୟତା ମିଳିବ । କର୍ମଚଞ୍ଚଳ ରହିବେ । | |
ଦୁଷ୍ଟ ଲୋକମାନେ ଆପଣଙ୍କ ବଶତା ସ୍ୱୀକାର କରିବେ । କର୍ମଚଞ୍ଚଳ ରହିବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପ୍ରତି କାର୍ଯ୍ୟରେ ସଫଳତା ମିଳିବ । ପଢ଼ାରେ କୃତକାର୍ଯ୍ୟ ହେବେ । | |
ଆର୍ଥିକ ସ୍ଥିତରେ ଉନ୍ନତି ଘଟିବ । ସରକାରୀ ଅର୍ଥ ମିଳିପାରେ । ସମ୍ମାନିତ ହେବେ । ଚାକିରି କ୍ଷେତ୍ରରେ ପଦ-ମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟ ଲାଭରେ ଚାଲିବ । ମନପ୍ରସନ୍ନ ରହିବ । ପଢ଼ାରେ ଫଳ ଶୁଭ ମିଳିବ । | |
କର୍ତ୍ତବ୍ୟ ପରାୟଣ ହେବେ । ଭାଗ୍ୟୋନ୍ନତି ଘଟିପାରେ । ଅତ୍ୟଧିକ ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ । ବିଭିନ୍ନ ସ୍ତରରୁ ଆସିଥିବା ଚାପକୁ ନିଜ ଗୁଣରେ ସମ୍ଭାଳି ନେଇପାରନ୍ତି । | |
ଆଳସ୍ୟ ଅନୁଭବ କରିପାରନ୍ତି । କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବାର ସମ୍ଭାବନା ଅଛି । ବ୍ୟବସାୟରେ ଲାଭ, କ୍ଷତି ସମାନ୍ତରାଳ ଗତି କରିବ । ଉଦ୍ଯୋଗୀ ହେବେ । ସତ୍ୟନିଷ୍ଠ ହେବେ । ପଢ଼ାପଢ଼ି ଶୁଭଦାୟକ ହେବ । | |
ବାଣିଜ୍ୟ କାରବାରରେ ଉନ୍ନତି ଘଟିବ । ପରୋପକାରୀ ହେବେ । ସତ୍ସଙ୍ଗରେ ମନ ବଳାଇ ପାରନ୍ତି । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ । ଚାକିରିରେ ସ୍ଥିତି ସୁଦୃଢ଼ ହେବ । ସୁସ୍ଥ ରହିବେ । | |
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଶତ୍ରୁତାର ଅବସାନ ଘଟାଇ ପରମ ଶାନ୍ତିଲାଭ କରିବେ । ଭାବ ଆଦାନ-ପ୍ରଦାନରେ ବିନୟଭାବ ପ୍ରଦର୍ଶନ କରିବେ । ନୀତିନିଷ୍ଠ ହେବେ । ଭ୍ରାତୃ ଭାବ ଅତୁଟ ରହିବ । | |
ରୋଜଗାର କ୍ଷମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି । ଅଧ୍ୟୟନରତ ହେବେ । ସନ୍ତାନ, ସନ୍ତତି ଲାଭର ସୂଚନା ମିଳୁଛି । ସଂଗ୍ରାମୀ ହେବେ । ଯାତ୍ରା ଶୁଭପ୍ରଦ ହେବ । ସମ୍ମାନିତ ହେବେ । ପଢ଼ାରେ ପାରଙ୍ଗମ ହେବେ । |
Odia Calendar 2022
Comments
comments