OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 15th Dec 2020

Odia Rashiphala

Odia Rashiphala

ଧୀରେ ସୁସ୍ଥେ କାର୍ଯ୍ୟଟିକୁ ପୂର୍ଣ୍ଣାଙ୍ଗ କରିପାରନ୍ତି । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦୁପଯୋଗ କରିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ପ୍ରବଚନ ଶୁଣି ପାରନ୍ତି ।
ଈଶ୍ୱର ଯାହା କରିବେ ତାହା ଆପଣଙ୍କ ମଙ୍ଗଳ ପାଇଁ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ଯାନବାହନ ସୁଖ ଅଛି । ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ଅନୁଚିତ ।
ନିର୍ଭରଶୀଳ ନ ହୋଇ ଉପୁଜିଥିବା ସମସ୍ୟାର ସମାଧାନ ବୁଦ୍ଧିବଳରେ କରିପାରନ୍ତି । ସୁଖକର ଘଟଣା ଘଟିପାରେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ । ସୁଖାଦ୍ୟ ମିଳିବ ।
ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁ ଉପରେ ବିଜୟ ହାସଲ କରିବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସମ୍ୱାଦ ପାଇ କ୍ରୋଧ ସମ୍ବରଣ କରିପାରନ୍ତି । ଶୁଭ କାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ ।
କଷ୍ଟ ସାଧ୍ୟ ହେଉ ପଛେ ପଢ଼ା ପଢ଼ିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନାନା ବିତ୍ତରେ ମଣ୍ଡିତ ହେବେ । ଭାଗ୍ୟଶାଳୀ ହେବେ । କୁଳ ପ୍ରଦୀପ ହୋଇପାରନ୍ତି ।
ପରିଶ୍ରମର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ଭାଗ୍ୟବାନ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସ୍ୱତ୍ୱାଧିକାରୀ ହେବେ । ଆତ୍ମସନ୍ତୋଷ ଲାଭ କରିବେ ।
କାର୍ଯ୍ୟ ଯେତେ କଠିନ ହେଲେ ବି ତା’ର ସୁପରିଚାଳନା କରି ସଫଳ ହେବେ । ପ୍ରଭାବଶାଳୀ ହୋଇପାରନ୍ତି । କବିତା ଲେଖି ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରଣୀୟ । ସରକାରୀ ଲାଭ ମିଳିବ ।
ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ଅଗ୍ରଗାମୀ ହୋଇପାରନ୍ତି । ଆଶାବାଦୀ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ନୀତିନିଷ୍ଠ ବ୍ୟକ୍ତିଭାବେ ଜନାଦୃତ ହେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ । ସନ୍ନାର୍ଗୀ ହେବେ ।
ଯାତ୍ରା ଫଳଦାୟକ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆବନ୍ଧୁ ଜୁଟିବେ । ଚିନ୍ତାଧାରା ମହତ ହେବ ।
ଆକୁଳିତ ହୋଇପାରନ୍ତି । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । ଭ୍ରାତୃ ଭାବ ଅତୁଟ ରହିବ । ସାମାଜିକ ଚଳନିରେ ପ୍ରଶଂସାର ପାତ୍ର ହେବେ ।
ଆୟ ଆଶାନୁରୂପ ହେବ । ସୁସମ୍ୱାଦ ପାଇ ଖୁସି ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନପ୍ରିୟ ହେବେ । ପ୍ରଶଂସାର ପାତ୍ର ହେବେ ।
ସୁଯୋଗର ଉପଯୋଗ କରିପାରନ୍ତି । ସୁସମ୍ୱାଦ ପାଇ ପ୍ରଫୁଲ୍ଲିତ ହେବେ । କର୍ମକ୍ଷେତ୍ରରୁ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments