OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 14th Dec 2021

Odia Rashiphala

Odia Rashiphala

ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ପୋଷାକ, ଭୋଜନ, ଚତୁଷ୍ପଦ କ୍ରୟ ଓ ପୌରୁଷ କର୍ମରେ ଧନ ବ୍ୟୟ କରିପାରନ୍ତି । ଯୁଦ୍ଧ ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି ।
ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପତ୍ନୀଙ୍କଠାରୁ, ସଜ୍ଜନ ବ୍ୟକ୍ତିଙ୍କଠାରୁ, କୃଷି କର୍ମରୁ ଓ ସତ୍‌କ୍ରିୟାରୁ ଧନ ଲାଭ ହେବ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ବ୍ୟବସାୟାଦିରୁ ଧନ ପ୍ରାପ୍ତ ହେବେ ।
ପରିଶ୍ରମର ମୂଲ୍ୟ ମିଳିବ । ସ୍ୱକର୍ମ ଉପରେ ପ୍ରାଧାନ୍ୟ ଦେବେ । କୀର୍ତ୍ତିମାନ୍‌ ହେବେ । ବ୍ରାହ୍ମଣଙ୍କ ପ୍ରୀତିକାରୀ, ତେଜୀୟାନ୍ ଓ କୃଷି କର୍ମକାରୀ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ ।
ସେବା-ପୂଜାରେ ମନକୁ ନିୟୋଜିତ କରିବେ । ବ୍ରତ, ଉପବାସ, ବହୁ ନିୟମ ପାଳନ, ତୀର୍ଥାଶ୍ରୟ ଓ ସେବାରେ ଧାର୍ମିକ ପ୍ରବର ହେବେ । ଭାଗ୍ୟଶାଳୀ ହେବେ । ପ୍ରବଳ ଉଦ୍ୟୋଗୀ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
ଧନ କ୍ଷୟ ହେବାର ସୂଚନା ମିଳୁଛି । ସରୀସୃପ, ବନ୍ୟଜନ୍ତୁ, ଚତୁଷ୍ପଦ ଶୃଙ୍ଗୀ ଓ ଚୋରମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ । ଦ୍ୱିଜାଦି ଭକ୍ତ ଓ ଉତ୍ତମ କଥକ ହେବେ ।
ସୁଖ-ସମ୍ଭୋଗରେ ଦିନଟି ଅତିବାହିତ ହେବ । ବିନୟ ଭାବରେ ଧନ ଅର୍ଜନ କରିବେ । ସନ୍ମାର୍ଗୀ ହେବେ । ସେବା ପରାୟଣ ହୋଇପାରନ୍ତି । ବନ୍ଧୁବତ୍ସଳତା ଭାବ ଏକ ମହାନ୍ ଗୁଣରୁ ପରିଚାୟକ ହୋଇପାରେ ।
ଧନ ହେତୁ ଶତ୍ରୁତା ଉପୁଜିପାରେ । ଉନ୍ନୟନ କାର୍ଯ୍ୟରେ କର୍ତ୍ତା ହେବେ । ବନ୍ଧୁ ଓ ସାଧୁପ୍ରିୟ ହୋଇପାରନ୍ତି । ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ଋଣ ପରିଶୋଧ କରିବାରେ ସକ୍ଷମ ହେବେ ।
ପ୍ରଥମେ ପରିଚୟ ଗୋପନ ରଖି କାର୍ଯ୍ୟ ହାସଲ କରିବେ । ଅଗମ୍ୟ ସ୍ଥାନକୁ ସହଜରେ ଗମନ କରିବେ । ସୁଶୀଳ ହେବେ । ଧନଯୁକ୍ତ ହେବେ । ସ୍ୱକୁଳ ଧର୍ମରେ ଅନୁରକ୍ତ ହେବେ । ବହୁ ଉପାୟରେ ଧନ ଅର୍ଜନ ହେବ ।
ସରକାରୀ ସ୍ତରରୁ, ବାକ୍ୟ କଥନରୁ ଧନପ୍ରାପ୍ତ ହେବେ । ଶ୍ରମର ମୂଲ୍ୟାୟନ ହେବ । ମହତ୍ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ପୂଜନୀୟ ହେବେ । ସନ୍ମାର୍ଗୀ ହୋଇପାରନ୍ତି । ଶାସ୍ତ୍ରଜ୍ଞ ହେବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଯେତେ ଧନ ଅର୍ଜନ କଲେ ବି ସଞ୍ଚୟ କରିପାରିବେ ନାହିଁ । ଅନଟନ ଲାଗି ରହିବ । ଦିଅଁ ଦର୍ଶନ ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ । ସରକାରୀ ଲାଭ ମିଳିପାରେ ।
ଫଳ, ପୁଷ୍ପ, ଜଳ, ସାଧୁସେବା ଓ ପରୋପକାର କରି ଧନପ୍ରାପ୍ତ ହେବେ । ପୀଡ଼ାମୁକ୍ତ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ । ସରକାରଙ୍କ ପ୍ରିୟପାତ୍ର ହେବେ ।
ବିଭିନ୍ନ ସୂତ୍ରରୁ ଧନାଗମ ହୋଇପାରେ । ପୌଷ୍ଟିକ କର୍ମ ଓ ଅନ୍ୟାନ୍ୟ ମଙ୍ଗଳ କର୍ମାଦିରେ ନିୟୋଜିତ ହେବେ । ସୁସ୍ଥ ଓ ନିରାମୟ ରହିବ । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ସୁଖ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments