OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 13th Oct 2020

Odia Rashiphala

Odia Rashiphala

ଧର୍ମ କର୍ମକୁ ଦୀକ୍ଷାଭାବେ ଗ୍ରହଣ କରିପାରନ୍ତି । ଅଧ୍ୟାପନା ପାଇଁ ଅଧ୍ୟୟନରତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁସମ୍ବାଦ ଆପଣଙ୍କୁ ବିମୋହିତ କରିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ସ୍ୱକର୍ମ ତୃପ୍ତିଦାୟକ ହେବ । ପରିଶ୍ରମ ଯେତେ କଠିନ ହେଲେ ବି; ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଉପୁଜି ପାରେ । ଗର୍ବ ଭାବ ପ୍ରଦର୍ଶନ କରିପାରନ୍ତି । ଗୃହ ପରିବେଶ ଶାନ୍ତିଦାୟକ ହେବ ।
ଆପଣଙ୍କ କାର୍ଯ୍ୟ ଜନସାଧାରଣଙ୍କ କଲ୍ୟାଣ ଭାଜନ ହେବ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ କରଣୀୟ । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ସରକାରୀ ସ୍ତରରୁ ଲାଭ ପାଇବେ ।
ସ୍ୱ ଅର୍ଜିତ ଧନ ଭୋଗ କରିବେ । ଜଣେ ଉପଯୁକ୍ତ ପରାମର୍ଶଦାତାଭାବେ ଆଦରଣୀୟ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ସନ୍ତାନ ଲାଳସା ମନରେ ବସା ବାନ୍ଧି ପାରେ । ପ୍ରିୟଭାଷୀ ହେବେ । ଧନଲାଭ ସହିତ ଯାନବାହନ ଯୁକ୍ତ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ମହତ ହେବ ।
ଶତ୍ରୁ ବିନାଶ କରି ଧନଭୋଗ କରିପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ତେଜୀୟାନ୍ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଆପଣଙ୍କ ପାଇଁ ଭଲ ହେବ । ବ୍ୟୟ ଭାବ ଅଧିକ ହୋଇପାରେ । କ୍ରୋଧ ସମ୍ବରଣରେ ସଫଳ ମିଳିବ ।
ଆୟ ଆଶାନୁରୂପ ହେବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ ।
ସମସ୍ତ କାର୍ଯ୍ୟ ବିଚାର, ବିମର୍ଶ ପୂର୍ବକ କରିବାକୁ ପଡ଼ିବ । କର୍ମଚଞ୍ଚଳ ରହିବେ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ କରିପାରନ୍ତି । ବିବାଦରେ ବିଜୟୀ ହେବେ ।
ପରୋପକାର ପାଇଁ ଉତ୍ସର୍ଗୀକୃତ ମନୋଭାବ ରହିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍‍ବ୍ୟବହାର କରି ଆତ୍ମତୃପ୍ତି ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଫଳାଫଳକୁ ଆଶା ନ ରଖି କେବଳ ଆଗକୁ ମାଡ଼ି ଚାଲିବେ । ବାଟରେ ଝୁଣ୍ଟି ପଡ଼ିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ସ୍ୱାଭିମାନୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ସେବା ମନୋଭାବର ହେବେ । ସୁଖକର ଘଟଣା ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ସୁସ୍ୱାଦୁ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିପାରନ୍ତି ।
ମନୋବଳ ଦୃଢ଼ ରହିବ । ବନ୍ଧୁ ସହାୟତା ମିଳିପାରେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦ ଶୁଣି ଆନନ୍ଦ ଅନୁଭବ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments