![]() |
ଆର୍ଥିକ ସମସ୍ୟାରେ ସୁଧାର ଆସିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୁଳରେ ଏକାନ୍ତ ପ୍ରଦୀପ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । |
ଯେତେ ବାଧା-ବିଘ୍ନ ଆସିଲେ ବି କାର୍ଯ୍ୟ କରି ଚାଲିବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍ ଓ ସାହସୀ ହେବେ । | |
ପରିସ୍ଥିତି ଲାଭପ୍ରଦ ହୋଇପାରେ; ମାତ୍ର ସୁଖ ମିଳିବା କଷ୍ଟସାଧ୍ୟ ହେବ । ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । | |
ଯୋଜନାରେ ତ୍ରୁଟି ପରିଲକ୍ଷିତ ହେବ । ଆଶାବାଦୀ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ । | |
ଚିନ୍ତାଧାରା ଭୁଲ ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ତି ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ହେବେ । ସୁଖୀ ହେବେ । | |
ଦୂର ସଂପର୍କ ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । କାର୍ଯ୍ୟ ସଂପାଦନ ପାଇଁ ବିଭିନ୍ନ ଦିଗରୁ ପ୍ରେରଣା ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବାର ସୂଚନା ମିଳୁଛି । | |
କାର୍ଯ୍ୟ ବିଳମ୍ୱିତ ହୋଇପାରେ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନଶୀଳ ହେବେ । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହେବେ । ଜଳପ୍ରତି ଆଦର ପ୍ରେମୀ ହେବେ । | |
ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ମନରେ ଉଦ୍ବେଗ ଜାତ ହୋଇପାରେ; ତଥାପି ମନ ପ୍ରସନ୍ନ ରହିବ । ଆସ୍ତିକ ଓ ଧର୍ମପ୍ରାଣ ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଭୋଗ କରିପାରନ୍ତି । ମେଳାପୀ ହେବେ । | |
ଚିନ୍ତାଧାରା ଉନ୍ନତମାନର ହୋଇପାରେ । ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର, ବିଦ୍ୟାପ୍ରେମୀ ହୋଇପାରନ୍ତି । ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି । ପତ୍ନୀଙ୍କ ସହ ଘରେ ବିଳାସ-ବ୍ୟସନ କରିବେ । | |
ଅପ୍ରୀତିକର ପରିସ୍ଥିତିକୁ ବୁଦ୍ଧି ବଳରେ ସମ୍ଭାଳି ନେଇ ପାରନ୍ତି । ରୋଜଗାର ଅଧିକ ହୋଇପାରେ । ବନ୍ଧୁ ଓ ସରକାରୀ ସହାୟତାରେ ଲାଭବାନ ହୋଇପାରନ୍ତି । ମୋକଦ୍ଦମାରେ ବିଜୟ ଲାଭ କରିବେ । ମୋକଦ୍ଦମା ଖର୍ଚ୍ଚ ପାଇ ଖୁସି ହେବେ । | |
ଆଶା ଫଳବତୀ ହେବ । ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ମଧୁର କଥାରେ ଲୋକପ୍ରିୟ ହେବେ । ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଧାର୍ମିକପ୍ରବୃତ୍ତିର ହେବେ । ଜ୍ଞାନ-ଗରିମାଯୁକ୍ତ ହୋଇପାରନ୍ତି । | |
ବହୁ ଶୁଭଫଳ ଆଶା କରାଯାଏ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକ ପ୍ରିୟତା ଅର୍ଜନ କରିପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । କରିତ୍କର୍ମା ହେବେ । ବ୍ୟବସାୟରୁ ଲାଭ ମିଳିବ । |
Odia Calendar 2019
Comments
comments