OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 13th April 2021

Odia Rashiphala

Odia Rashiphala

ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସୁସ୍ଥ ରହିବେ । ଦାମ୍ପତ୍ୟ ସୁଖ ମିଳିବ । ଚିନ୍ତାଧାରା ମହତ ହେବ । ନୂଆବନ୍ଧୁ ମିଳିବେ ।
ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ସ୍ନେହପୂର୍ଣ୍ଣ ବାକ୍ୟ ବିନିମୟରେ ପରକୁ ଆପଣାର କରିବାରେ ପାରଙ୍ଗମ ହେବେ । ଚକ୍ଷୁରେ ପୀଡ଼ା ଉପୁଜି ପାରେ ।
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ମିଳିବ ।
ଶୁଭ ଖବର ମିଳିପାରେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ବ୍ୟବସାୟ ଲାଭଜନକ ହେବ ।
ସତ୍‌ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ପ୍ରାପ୍ତ ହେବେ ଓ ତା’ର ସଦ୍‌ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ପୁରସ୍କୃତ ହେବେ ।
ଖର୍ଚ୍ଚାନ୍ତ ହୋଇପାରନ୍ତି । କାର୍ଯ୍ୟରେ କେହି ବାଧା ଉପୁଜାଇବାକୁ ଉଦ୍ୟମ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶ୍ରେଷ୍ଠ କର୍ମଯୁକ୍ତ ହେବେ । ରାଜତୁଲ୍ୟ ସମ୍ମାନର ଅଧିକାରୀ ହେବେ । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ହେବ । ପରୋପକାରୀ ହେବେ ।
ଆନନ୍ଦ ଉତ୍ସବ ଲାଗି ରହିବ । ବିଭିନ୍ନ ସ୍ତରରୁ ସାହାର୍ଯ୍ୟ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତିଫେରି ପାଇବେ । ସୁସମ୍ୱାଦ ଶୁଣି ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିପାରନ୍ତି ।
ପଢ଼ା ପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ପାରିବାରିକ ଜୀବନ ସୁଖପ୍ରଦ ହେବ । ବହୁ ଜନଙ୍କର ପୋଷାକ ଭାର ବହନ କରିବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଧନବାନ୍ ହେବେ ।
ପରିଶ୍ରମ ଯେତେ କଠିନ ହେଉ ନା କାହିଁକ ତା’ର ମୂଲ୍ୟ ମିଳିବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ସୁସ୍ୱାଦୁ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଭଗବତ ପ୍ରେମୀ ହେବେ । ଦେବ ଦର୍ଶନ ଶୁଭଦାୟକ ହେବ । ଅଶାନ୍ତି ଦୂର ହୋଇପାରେ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ ।
ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ସକଳ ଗୁଣର ଆଧାର ହୋଇପାରନ୍ତି । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହେବେ । ଶୈର୍ଯ୍ୟଶାଳୀ ହେବେ । କ୍ଳେଶ ସହିଷ୍ଣୁ ଓ ଶତ୍ରୁହନ୍ତା ହେବେ । ବିଚକ୍ଷଣ ବୁଦ୍ଧିଯୁକ୍ତ ଓ କମନୀୟ ଶରୀରଯୁକ୍ତ ହେବେ ।
କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ୱରେ । ଶୀଳ ଧନ ଭୋଗ କରିପାରନ୍ତି । ପରାମର୍ଶଦାତା ହେବେ । ପରଧନରେ ଧନୀ ହୋଇପାରନ୍ତି । ରସିକ ହେବେ ସହିଷ୍ଣୁ ହେବେ । କୀର୍ତ୍ତି ସ୍ତମ୍ୱ ସ୍ଥାପନ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments