OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 12th November 2019

Odia Rashiphala

Odia Rashiphala

ଉପକାରୀ ବ୍ୟକ୍ତିଭାବେ ସମ୍ମାନିତ ହେବେ । ଆୟ ଉତ୍ତମ ଧରଣର ହେବ । ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କ ହେବେ ।
ଶରୀର ସୁସ୍ଥ ରହିବ । ଯାତ୍ରା ସ୍ଥଗିତ ରଖିବା ଭଲ । ପରର ଉପକାର କରିବାକୁ ଯାଇ ଖର୍ଚ୍ଚାନ୍ତ ହୋଇପାରନ୍ତି । ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି । ମିଷ୍ଟଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ । ସଙ୍ଗୀତ ପ୍ରିୟ ଓ ସୁଶୀଳ ହେବେ ।
ଦକ୍ଷତାର ସଦୁପଯୋଗ କରିପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ସୁସ୍ଥ ଓ ନିରାମୟ ରହିବେ । ସରକାରୀ କୃପାରୁ ଧନଲାଭ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । କୀର୍ତ୍ତିମାନ୍ ହେବେ । ଗୁଣବାନ୍ ହେବେ ।
ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ହସ-ଖୁସିରେ ସମୟ ଅତିବାହିତ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସରକାରୀ ଧନ ମିଳିପାରେ । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିବ ।
ନିଜେ ନିଜ କାର୍ଯ୍ୟର ସମୀକ୍ଷା କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନସ୍କାମନା ପୂରଣ ହେବ । ଅଭାବରୁ ମୁକ୍ତି ମିଳିବ । ସୁଖ-ଶାନ୍ତି ଲାଭ କରିବେ । ବିବାଦରେ ବିଜୟୀ ହେବେ । କର୍ମକ୍ଷେତ୍ର ସଫଳ ହେବ । ବ୍ୟବସାୟ ଲାଭଜନକ ହେବ ।
ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଆଶା-ଆଶଙ୍କା ଭିତରେ ଦିନ ବିତାଇ ପାରନ୍ତି । ସତ୍ୟାନୁରାଗୀ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଦୟାଳୁ ସ୍ୱଭାବର ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ରାଜପୂଜା ମିଳିପାରେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ସୁଖ-ସନ୍ତୋଷରେ ସମୟ ଅତିବାହିତ କରିପାରନ୍ତି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ବନ୍ଧୁ ସହାୟତା ପାଇ ଉତ୍‌ଫୁଲ୍ଲିତ ହେବେ । ମନରେ ସେବାଭାବ ପ୍ରକଟିତ ହେବ । ବ୍ୟବସାୟରୁ ଲାଭ ମିଳିବ । ପତ୍ନୀଙ୍କ ସହାୟତା ପାଇବେ ।
ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ଦାନପୁଣ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଚାକିରିରେ ସୁନାମ ଅର୍ଜନ କରିବେ ।
ବିଭିନ୍ନ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି । ଯଶ ଅର୍ଜନ କରି ପ୍ରଶଂସାର ପାତ୍ର ହେବେ । ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି । ଧର୍ମ ବିଧାନରେ ଦକ୍ଷତା ରହିବ । ବିଭିନ୍ନ ସୂତ୍ରରୁ ଧନାଗମ ହେବ ।
ସଙ୍ଗୀତ ଓ ନୃତ୍ୟପ୍ରିୟ ହେବେ । ସତ୍‌କର୍ମରେ ନିୟୋଜିତ ହେବେ । ଧର୍ମମାର୍ଗରେ ମନୋନିବେଶ କରିପାରନ୍ତି । ନିତ୍ୟ ଆଦାୟ ଚିନ୍ତାମୁକ୍ତ ହେବେ । ଶାରୀରିକ ଦୁର୍ବଳତା ଦୂର ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଅର୍ଜିତ ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଶୁଭକାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଧନାଗମର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚଞ୍ଚଳମନା ହେବେ । ଅତିସୁଖୀ ହେବେ ।
ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । କର୍ତ୍ତବ୍ୟ ପରାୟଣ ହେବେ । ସୌଭାଗ୍ୟଶାଳୀ ହୋଇପାରନ୍ତି । ସୁଖ-ଶାନ୍ତିର ଦିନଟି ଆଜି ବିଭିନ୍ନ ଦିଗରୁ ଧନାଗମ ହେବ । କୀର୍ତ୍ତିମାନ୍ ହେବେ । ହୃଷ୍ଟ ଚିତ୍ତଯୁକ୍ତ ହେବେ । ସହିଷ୍ଣୁ ହୋଇପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments