OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 12th May 2020

Odia Rashiphala

Odia Rashiphala

ପରିଶ୍ରମର ମୂଲ୍ୟ ମିଳିବ । ଶୁଭାଶୁଭ ମିଶ୍ରିତ ଫଳ ମିଳିବ । ବିତ୍ତବାନ୍ ହୋଇପାରନ୍ତି । ଧାର୍ମିକ ପ୍ରବୃତ୍ତିର ହେବେ । ସନ୍‌ମାର୍ଗୀ ହୋଇପାରନ୍ତି । ବ୍ରହ୍ମ ଉପାସକ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଈର୍ଷା ପରାୟଣ ହୋଇପାରନ୍ତି । ଶାରୀରିକ ପୀଡ଼ା ଉପୁଜି ପାରେ । ଶାସ୍ତ୍ରଜ୍ଞ ଭାବେ ସର୍ବପୂଜ୍ୟ ହୋଇପାରନ୍ତି । ଧନ, ସମ୍ପଦର ଅଧିକାରୀ ହେବେ । ସନ୍‌ମାର୍ଗୀ ହେବେ । ଯାନବାହନରେ ସତର୍କ ରହିବେ ।
ଅସାଧ୍ୟ ସାଧନ କରି ପ୍ରଶଂସିତ ହେବେ । ଧୈର୍ଯ୍ୟବାନ୍ ହେବେ । ବନ୍ଧୁ ସହାୟତା ମିଳିପାରେ । ପତ୍ନୀଙ୍କ ଅସୁସ୍ଥତା ନେଇ ଚିନ୍ତିତ ହୋଇପାରନ୍ତି । ଯଶସ୍ୱୀ ହେବେ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମନ ମୁତାବକ କାର୍ଯ୍ୟ ମିଳିବ ।
ଉପକାରୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଅନୁଭବ କରିବେ । ଗଠନ ମୂଳକ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହେବେ । ମାନ-ସମ୍ମାନ ବୃଦ୍ଧି ହେବ । ବୁଦ୍ଧିମାନ୍ ହେବେ । ସରକାରୀ ମାନ୍ୟତା ମିଳିପାରେ । ପୁତ୍ର ସୁଖ ମିଳିବାର ଆଶା ଅଛି ।
ପଢ଼ାଲେଖା ପ୍ରତି ଆଗ୍ରହୀ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସାବଧାନତାର ସହ ଚଳିବାକୁ ପଡ଼ିବ । ଧର୍ମାସକ୍ତ ହେବେ । ମତିବାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁକ ସୁଖଭୋଗୀ ହେବେ । ମାତୃ ବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି ।
ପୁଣ୍ୟ ଅର୍ଜନ କରିପାରନ୍ତି । ସ୍ୱାଭିମାନୀ ହେବେ । ବହୁ ବ୍ୟକ୍ତି ବିଶେଷଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି । ପତ୍ନୀଙ୍କ ଅଭୀଷ୍ଟ ପୂରଣରେ ସକ୍ଷମ ହେବେ । ଭାଗ୍ୟବାନ୍ ହେବେ । ଅସାଧ, ଦୁଷ୍ଟ ପ୍ରକୃତିର ଲୋକଙ୍କୁ ଧର୍ମ ଶିକ୍ଷା ଦେବେ ।
ସକଳ ଗୁଣର ଆଧାର ହେବେ । ସୁଖ ମିଳିବ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ଧନଭୋଗ କରିପାରନ୍ତି । ତେଜୀୟାନ୍ ହେବେ । ଦୁଃସମ୍ବାଦ ପାଇପାରନ୍ତି । ବାହୁରେ ପୀଡ଼ା ଉପୁଜି ପାରେ । ମନରେ ଉଦ୍‌ବେଗ ଜାତ ହେବ ।
ଅର୍ଥ ପ୍ରାପ୍ତି ପାଇଁ ଉତ୍ତମ ଚିନ୍ତନର ବଶବର୍ତ୍ତୀ ହେବେ । ପରିଶ୍ରମ ସଫଳ ହେବ । ସତ୍‌ସଙ୍ଗରେ ନିଜକୁ ସାମିଲ କରିପାରନ୍ତି । ଧର୍ମକାର୍ଯ୍ୟରେ ମନୋନିବେଶ କରିବେ । ପ୍ରୀତିଲାଭ କରିପାରନ୍ତି । ଧନ ପ୍ରାପ୍ତି ହେବେ ।
ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ୱି ଆସିବ । କୃଷି କ୍ଷେତ୍ରରୁ ଲାଭବାନ୍ ହୋଇପାରନ୍ତି । ସ୍ୱଳ୍ପ ଆୟର ସୂଚନା ମିଳୁଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସାମାନ୍ୟ ଶୁଭଯୋଗ ଥିବାରୁ ଆସିଥିବା ବିପଦ ଟଳିଯିବ । ଭାଇଙ୍କ ଉପରେ ବିପଦ ଅଛି ।
ବ୍ୟୟାଧିକ୍ୟ ହେବାର ସୂଚନା ମିଳୁଛି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଆୟ ଉଣା ହେବନାହିଁ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ହର୍ଷ-ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି । ମିଷ୍ଟଭାଷୀଭାବେ ଆଦରଣୀୟ ହେବେ ।
ଘାତଚନ୍ଦ୍ର ଥାଇବି ଭୟର କୌଣସି କାରଣ ନାହିଁ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହେବେ । ସୁସ୍ଥ ଓ ନିରାମୟ ରହିବେ ।
କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଗୃହରେ ଶାନ୍ତି ବିରାଜିତ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ଦେବଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments