OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 12th March 2019

Odia Rashiphala

Odia Rashiphala

କ’ଣ କରିବେ ହଠାତ୍ କିଛି ସ୍ଥିର କରିପାରିବେ ନାହିଁ । କାର୍ଯ୍ୟରେ ବାଧା ଉପୁଜିପାରେ । ନିଜ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଚତୁରତା ପ୍ରକାଶ ପାଇବ । ଉତ୍ତମ ଖାଦ୍ୟ ପାଇ ସନ୍ତୁଷ୍ଟ ହେବେ । ରୋଜଗାର ବୃଦ୍ଧି ପାଇବ ।
ଗୃହରେ ଭେଦଭାବ ଜାତ ହୋଇପାରେ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଭୋଗ-ବିଳାସରେ ସମୟ ଅତିବାହିତ କରିବେ । ଧନ ଅର୍ଜନରେ ପାରଙ୍ଗମ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ପୁତ୍ର ସୁଖ ମିଳିପାରେ ।
କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଚିନ୍ତାଧାରା ବିକ୍ଷିପ୍ତ ହେବ । ବିରକ୍ତିଭାବ ପ୍ରକାଶିତ ହେବ । ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବେ । ଶ୍ରେଷ୍ଠ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି । ସ୍ୱଳ୍ପ ପରିମାଣର ଆୟ ହେବ । କାର୍ଯ୍ୟର ସଫଳ ରୂପାୟନ କରି ଗର୍ବିତ ହୋଇପାରନ୍ତି । ସର୍ବଦା ନମ୍ର ଓ ବିନୟ ଭାବ ପ୍ରକାଶ କରିବେ । ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତିଫେରି ପାଇବେ ।
ଗୃହରୁ ଆନନ୍ଦ ପାଇବେ । କର୍ମ ଚଞ୍ଚଳ ରହିପାରନ୍ତି । ପ୍ରୀତି ଲାଭ କରିପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପୁତ୍ର ଲାଭ ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ବ୍ୟବସାୟ ଲାଭଜନକ ହେବ । ସରକାରୀ ମାନ୍ୟତା ମିଳିବ ।
ଦାନ-ଧର୍ମରେ ଦୀକ୍ଷିତ ହେବେ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଗୁଣବାନ୍ ହେବେ । ସତ୍‌ପଥଗାମୀ ହେବେ । ଶତ୍ରୁ ବଂଶୀୟ କନ୍ୟାର ପାଣିଗ୍ରହଣ କରିପାରନ୍ତି । ସୁବର୍ଣ୍ଣ ସଂପଦ ମିଳିପାରେ । ଦେବ ତୁଲ୍ୟ ପୂଜନୀୟ ହେବେ ।
ଅଧିକ ଦାୟିତ୍ୱ ବହନ କରିପାରନ୍ତି । ମନରେ ଭୟର ସଞ୍ଚାର ହୋଇପାରେ । ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ବାହନ ଆଦି ସୁଖ ଉପଭୋଗ କରିପାରନ୍ତି । ଦେବପୂଜା ନିରତ ହୁଏ । ନିତ୍ୟାନନ୍ଦ ଭୋଗ କରି ଆତ୍ମସନ୍ତୋଷ ଲାଭ କରିବେ ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବା ପ୍ରତିପାଦରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ସୁକୁମାର ରୂପର ଅଧିକାରୀ ହେବେ । କାର୍ଯ୍ୟରେ ସୁନାମ ଅର୍ଜନ କରିବେ ।
ଅପ୍ରିୟ ପରିସ୍ଥିତିରେ ପଡ଼ିପାରନ୍ତି । ଆର୍ଥିକ ସ୍ୱଚ୍ଛଳତା ଲାଭ କରିବେ । କର୍ମ ତତ୍ପରତା ପ୍ରକାଶ ପାଇବ । ହସ-ଖୁସିରେ ଦିନଟି ଅତିବାହିତ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦେବ ଦର୍ଶନ କରି ପରମ ଶାନ୍ତି ଲାଭ କରିବେ ।
ଅବାଞ୍ଛିତ ଘଟଣା ଘଟିପାରେ । ଲୋକ ସଂପର୍କବୃଦ୍ଧି ପାଇବ । ଦିନଟି ସମସ୍ୟା ବହୁଳ ହୋଇପାରେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି । ଉତ୍ତମ ବସ୍ତ୍ର, ରତ୍ନ ସହ ସରକାରୀ ଧନ ମିଳିପାରେ ।
ବିଭିନ୍ନ ସ୍ତରରୁ ବହୁ ସହଯୋଗ ମିଳିବା ଆଶାକରାଯାଏ । ଆଲୋଚନାରେ ଅଂଶ ଗ୍ରହଣ କରି ବିଜୟବାନା ଉଡ଼ାଇ ପାରନ୍ତି। ପିତୃ ଭକ୍ତି ଯୁକ୍ତ ହେବେ । ସତ୍‌ମାର୍ଗର ପଥିକ ହେବେ । ତ୍ୟାଗଶୀଳ ଓ ନୀତିନୀଷ୍ଠ ହୋଇପାରନ୍ତି । ସୁଖ ମିଳିବ ।
କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଉପଜିଥିବା ସମସ୍ୟାର ସମାଧାନ ହେବ । ଚିନ୍ତାଧାରା ମହତ ହୋଇପାରେ । ଉପଯୁକ୍ତ ପରାମର୍ଶଦାତା ହେବେ । ସୁକୃତୀ ସମ୍ପନ୍ନ ହୋଇପାରନ୍ତି । ସକଳ ଶାସ୍ତ୍ରଜ୍ଞତା ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments