OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 11th May 2021

Odia Rashiphala

Odia Rashiphala

ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ପୂଜ୍ୟ ହେବେ । ପର ସେବକ ହୋଇପାରନ୍ତି । ଚଞ୍ଚଳମନା ହେବେ । ଧନଶାଳୀ ହେବା ଆଶା କରାଯାଏ । ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି କ୍ରୋଧ ସମ୍ବରଣ କଲେ ଶୁଭଫଳ ମିଳିବ ।
ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଶ୍ରେଷ୍ଠ କର୍ମରେ ସେବା ପ୍ରତିପାଦିତ କରିବେ । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ଧନବାନ୍ ହେବେ । ସତ୍‌ପଥଗାମୀ ହେବେ । ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ଖର୍ଚ୍ଚାନ୍ତ ହେବେ ।
ଆଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସର୍ବଦା ସମୃଦ୍ଧ ରହିବେ । ନିଧିପ୍ରାପ୍ତ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିକୁ ସାମାନ୍ୟ ଶୁଭଫଳ ମିଳିବ ।
ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ସରକାରୀ ଅର୍ଥ ମିଳିପାରେ । ବାସଗୃହ ପ୍ରଦୂଷଣମୁକ୍ତ ରହିବ । କୀର୍ତ୍ତିମାନ ହେବେ । ଗୁଣବାନ ହୋଇପାରନ୍ତି । ଅଶ୍ଲେଷା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ପତ୍ନୀଙ୍କ ଅନୁଗତ ହେବେ ।
ମଘା, ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ବିଳାସୀ ହେବେ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ । ବିଜୟୀ ସ୍ୱଭାବର ହେବେ । ଜଣେ ମହାନ୍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ପ୍ରବଳ ପ୍ରତାପୀ ହୋଇପାରନ୍ତି । ପୂର୍ବାଫାଲ୍‌ଗୁନୀ ସ୍ୱାଭିମାନୀ ହେବେ ।
ଉତ୍ତରା ଫାଲ୍‌ଗୁନୀ ଓ ଦ୍ୱିଜା ନକ୍ଷତ୍ରଜାତ ବ୍ୟକ୍ତି ଯୁଗ୍ମ ବ୍ୟବସାୟରୁ ଭଲପାଇ ପାରିବେ । ପୁଣ୍ୟବାନ୍ ହେବେ । ବହୁମିତ୍ରଙ୍କ ସାନିଧ୍ୟ ଓ ସାହାଯ୍ୟ ପାଇବେ । ପତ୍ନୀଙ୍କ ଅଭିଷ୍ଠ ସିଦ୍ଧି ପାଇଁ ଯତ୍ନବାନ ହେବେ ଓ ଚିତ୍ରା ନକ୍ଷତ୍ରଜାତ ସାମାନ୍ୟ ଅସୁସ୍ଥ ରହିପାରନ୍ତି ।
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବ୍ୟବସାୟ ଭଲରେ ଚାଲିବ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ । ସେବା ମନୋଭାବର ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଶୁଭ କାର୍ଯ୍ୟ କରିପାରନ୍ତି । ଚିତ୍ରା ଓ ବିଶାଖା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ ।
ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟ କରିବାରେ ବ୍ୟଗ୍ର ହେବେ । ଶତ୍ରୁକୁ ଦମନ କରି ଆଶ୍ୱସ୍ତି ହେବେ । ନିରୋଗ ଶରୀରଯୁକ୍ତ ହୋଇପାରନ୍ତି । ବିଶେଷ ସୁଖର ଅଧିକାରୀ ହେବେ । ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭ ଫଳ ।
ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ଧନବାନ୍ ହେବେ । ବ୍ୟବସାୟ ଭଲରେ ଚାଲିବ । ପୁତ୍ର ସନ୍ତାନର ଜନକ ହୋଇପାରନ୍ତି । ଅଭିମାନର ପରିସମାପ୍ତି ଘଟିବ । ଯାନ-ବାହନ ସୁଖ ମିଳିବ । ଲୋକାଦୃତ ହେବେ । ପୂର୍ବାଷାଢ଼ାର ସାମାନ୍ୟ ଶୁଭ ।
ଶ୍ରବଣା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ବିବିଧ ଉପାୟ ଅବଲମ୍ବନ କରି ଧନପ୍ରାପ୍ତି ହେବେ । ସରକାରଙ୍କ ସେବା କ୍ଷେତ୍ରରୁ ଓ କୃଷିକର୍ମରେ ବିତ୍ତବାନ୍ ହୋଇପାରନ୍ତି । ହର୍ଷଯୁକ୍ତ ସୁଭାଷୀ ହେବେ । ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଓ ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ପ୍ରିୟବନ୍ଧୁ ଯୁକ୍ତ ହେବେ । ଜନପ୍ରିୟ ହୋଇପାରନ୍ତି । ଶାସ୍ତ୍ରଜ୍ଞ ହେବେ । କବି ଭାବେ କୀର୍ତ୍ତି ସ୍ଥାପନ କରିବେ । ପୁଣ୍ୟଦେହୀ ହୋଇପାରନ୍ତି । ପୂର୍ବଭାଦ୍ର ନକ୍ଷତ୍ରର ସାମାନ୍ୟ ଶୁଭଫଳ ।
ଉତ୍ତରାଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତି ବହୁ ବାଧା, ବିଘ୍ନକୁ ଏଡ଼ାଇ ବିତ୍ତବାନ୍ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ନୀତିନିଷ୍ଠ ହେବେ । ସହିଷ୍ଣୁ ହୋଇପାରନ୍ତି । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ର ଶୁଭ ଫଳ ପାଇବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments