OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Tuesday 11th January 2022

Odia Rashiphala

Odia Rashiphala

ରୋଜଗାରର ମାତ୍ରା ବୃଦ୍ଧି ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ । ରୁଚିକର ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ । ଦେବ କାର୍ଯ୍ୟ କରିବେ । ଧାତୁବାଦରେ ଧନ ବ୍ୟୟ କରିପାରନ୍ତି ।
ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ । ବ୍ୟବସାୟରୁ ଲାଭ ମିଳିବ ।
କର୍ମକ୍ଷେତ୍ର ସହଜ-ସୁଲଭ ହେବ । ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ । ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଜଳ ଯୋଗାଣରେ ଧନ ଲାଭ ହେବ ।
କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ । ଧର୍ମକ୍ରିୟାରତ ହେବେ । ଜନ ଆଶିଷ ମିଳିବ ।
ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ । ସାଧନାରେ ଶାଶ୍ୱତ ସୁଖର ସନ୍ଧାନ ପାଇବେ । ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ ।
ସର୍ବସୁଖ ଭୋଗକରି ପାରନ୍ତି । କର୍ମତତ୍ପର ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ ।
ଶତ୍ରୁତାର ଅବସାନ ଘଟିବ । ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର୍ଯ୍ୟ କରିବେ । ସାରାଦନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ ।
ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ । ସର୍ବଦର୍ଶୀ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ ।
ଶ୍ରମ ସାର୍ଥକ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ । ଜଳାଶୟ, ପିତୃଭକ୍ତି ଓ ସ୍ୱଗୃହ କର୍ମରୁ ସୁଖଭୋଗ କରିପାରନ୍ତି । ଯାନବାହନ ସୁଖ ଅଛି ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି । ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।
ବିଭିନ୍ନ ଦିଗରୁ ଧନାଗମ ହେବ । ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି । ନୀତିନିଷ୍ଠ ହେବେ । ଚତୁର ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments