![]() |
ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ଅର୍ଥପ୍ରାପ୍ତ ହେବେ । କାର୍ଯ୍ୟରେ ସଫଳତା ମିଳିବ । |
![]() |
କର୍ମଚଞ୍ଚଳ ରହିବେ । ଶୁଭ ସମ୍ବାଦ ମିଳିପାରେ । କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରି କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇ ବିଭିନ୍ନ ସ୍ତରରୁ ସହଯୋଗ ମିଳିପାରେ । ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ । |
![]() |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମହିଳାଗୋଷ୍ଠୀର ସହାୟକ ହେବେ । |
![]() |
ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ଆର୍ଥିକ ଅବସ୍ଥା ମାନ୍ଦା ରହିବ । କାର୍ଯ୍ୟରେ ବିଘ୍ନ ଉପୁଜି ପାରେ । ଦୁଃଶ୍ଚିନ୍ତା ମଧ୍ୟଦେଇ ଗତି କରିବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହେବେ । ସନ୍ମାର୍ଗୀ ହେବେ । ପାପୀକୁ ଘୃଣା କରିବେ । |
![]() |
ଆଶ୍ୱସନା ପାଇ ମନରେ ଉପୁଜି ଥିବା ଉଦ୍ବେଗ ପ୍ରଶମିତ ହେବ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ କରଣୀୟ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ପତ୍ନୀଙ୍କ ପରାମର୍ଶରେ ଚଳିବେ । |
![]() |
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ସମାଚାର ମିଳିପାରେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଅବିବାହିତଙ୍କର ସୁକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ । ଋଣ ପରିଶୋଧ କରିବେ । |
![]() |
ଭଲ ରୋଜଗାର ହେବ । ବଳକା ପାଣ୍ଠିରେ ସଞ୍ଚୟାଭିମୁଖୀ ହୋଇପାରନ୍ତି । ବାଣିଜ୍ୟ କାରବାର ଉତ୍ତମମାନର ହେବ । ଅଧ୍ୟୟନରତ ହୋଇପାରନ୍ତି । ପ୍ରଚୁର ଅର୍ଥ ମିଳିବାର ସୂଚିତ ହେଉଛି । |
![]() |
ବାସଗୃହ ପ୍ରଦୂଷଣମୁକ୍ତ ହୋଇପାରେ । ପରିଶ୍ରମ ଯେତେ କଠିନ ହେଉ ପଛେ ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବୋହିବ । ଯାନବାହନ ସୁଖ ମିଳିବ । |
![]() |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ । |
![]() |
ସାମୟିକ ଭାବେ ଆତ୍ମଗୋପନ କରିପାରନ୍ତି । ନୀତିରୁ ବିଚ୍ୟୁତ୍ ହେବ ନାହିଁ । ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ । ସୁସ୍ଥ ରହିବେ । ମାନସିକ ସ୍ତରରେ ଆଶାୟୀ ହେବ । ସୁସମ୍ବାଦ ପାଇବେ । |
![]() |
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଆୟ ଉଣା ହେବ ନାହିଁ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ଦାମ୍ପତ୍ୟ ସୁଖ ମିଳିବ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଧର୍ମକାର୍ଯ୍ୟରେ ଲିପ୍ତ ଥାଇବି ଅହେତୁକ ବ୍ୟୟ ବୃଦ୍ଧି ଘଟିପାରେ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦ୍ରଷ୍ଟା ସାଜି ପାରନ୍ତି । ସ୍ନେହ ବୋଳା କଥାରେ ପରକୁ ଆପଣାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ରୂପବାନ୍ ହୋଇପାରନ୍ତି । |