OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 7th November 2019

Odia Rashiphala

Odia Rashiphala

ଲାଗି ରହିଥିବା ବିବାଦର ସମାଧାନ ହେବ । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ସରକାରୀ କୃପା ଲାଭ କରିବେ । ସରକାରୀ ଅର୍ଥ ମିଳିବ । ମନ ପ୍ରସନ୍ନ ରହିବ ।
ଶତ୍ରୁତାର ଅବସାନ ଘଟିବ । ଲାଭ ଯୁକ୍ତ ହୋଇପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଶୁଭଖବର ପାଇ ଖୁସି ହେବେ । ଦୁଶ୍ଚିନ୍ତା ଦୂର ହେବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । କୀର୍ତ୍ତିମାନ ହେବେ । ସରକାରୀ ଅର୍ଥ ମିଳିବ ।
କାର୍ଯ୍ୟ ସହଜ, ସୁଲଭ ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ପ୍ରତିଯୋଗିତାରେ ବିଜୟୀ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟବାନ୍ ହୋଇପାରନ୍ତି । ବିଳାସବ୍ୟସନରେ ଦିନଟି ବିତିପାରେ ।
ଦିନସାରା କାର୍ଯ୍ୟରେ ବ୍ୟସ୍ତ ରହିବେ । ଦିନଟି ଆପଣଙ୍କ ପାଇଁ ଦୁଃଖଦ ହୋଇପାରେ । ତାମ୍ର, ପ୍ରବାଳ, ସୁବର୍ଣ୍ଣ, ମୂଲ୍ୟବାନ ବସ୍ତ୍ର, ଯାନବାହନ ଓ ରାଜପ୍ରାସାଦ ହେତୁକ ସୁଖାଶ୍ଚର୍ଯ୍ୟ ଭୋଗ କରିପାରନ୍ତି; ମାତ୍ର ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ସୁଖ-ସନ୍ତୋଷ ମିଳିବ । ସୌଭାଗ୍ୟଯୁକ୍ତ ହେବେ । ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ପତ୍ନୀଙ୍କ ସାହଚର୍ଯ୍ୟ ପାଇ କୃତକାର୍ଯ୍ୟ ହେବେ । ଗରିବଙ୍କ ପାଇଁ ଦୟାର୍ଦ ଚିତ୍ତ ହେବେ । ବାଣିଜ୍ୟ କାରବାର ବୃଦ୍ଧି ପାଇବ ।
ମାଲି ମୋକଦ୍ଦମାରେ ବିଜୟୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମିଳୁଥିବା ସୁଯୋଗର ଉପଯୋଗ କରିପାରନ୍ତି ।
ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଚିତ୍ତରେ ପ୍ରସନ୍ନତା ଭରି ରହିବ । କର୍ମତତ୍ପରତା ପ୍ରକାଶ ପାଇବ । ପ୍ରଚୁର ଅର୍ଥ ମିଳିପାରେ ।
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ । ଶାସ୍ତ୍ରବିତ୍ ହୋଇପାରନ୍ତି । ଧନାନ୍ୱିତ ହେବାର ସୁଯୋଗ ସୃଷ୍ଟି ହୋଇଛି । ସତ୍ୟମାର୍ଗରେ ଗତିକରି ପୂଜ୍ୟ ହୋଇପାରନ୍ତି ।
ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶାସ୍ତ୍ରପଟୁ ହେବେ । ପୁଣ୍ୟଦେହୀ ହୋଇପାରନ୍ତି । ସୁବର୍ଣ୍ଣାଦିଯୁକ୍ତ ହେବେ । ତାରୁଣ୍ୟ ରୂପର ଅଧିକାରୀ ହେବେ । ରାଜବଂଶ ପୂଜିତ ହେବେ ।
ମାନସିକ ଶାନ୍ତି ହରାଇ ପାରନ୍ତି; ମାତ୍ର ପରିଶ୍ରମର ମୂଲ୍ୟ ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଉପକାରୀ ନିକଟରେ କୃତଜ୍ଞ ହେବେ । କାର୍ଯ୍ୟର ସଫଳତା ଲାଭ କରିବେ । ପାରିବାରିକ ସୁଖ ମିଳିବ । ସୁଶୀଳା ଓ ପୁଣ୍ୟବାନ୍ ହେବେ ।
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମାନ-ସମ୍ମାନ ପ୍ରାପ୍ତ ହେବେ । କାର୍ଯ୍ୟରେ ସିଦ୍ଧି ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଧନାଗମର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଅନଟନ ଦେଖା ଦେଇପାରେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଘାତଚନ୍ଦ୍ର ହେତୁ ଯାନବାହନ ଚଳାଚଳ ଓ ଉଚ୍ଚସ୍ଥାନ ଆରୋହଣରେ ସତର୍କ ରହିବେ । ପୁଣ୍ୟବାନ୍ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ପତ୍ନୀ ଅଭୀଷ୍ଟ ପୂରଣ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments