![]() |
ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରପାରନ୍ତି । ଗୁଣବାନ୍ ହେବେ । ମନ ପ୍ରସନ୍ନ ରହିବ । ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତଙ୍କର ସାମାନ୍ୟ ଫଳ । |
ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସରକାରୀ ଅର୍ଥ ମଳିବ । ଉତ୍ତମ ଗୃହରେ ବାସ କରପାରନ୍ତି । କୀର୍ତ୍ତିମାନ୍ ହେବେ । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । ଗୁଣଯୁକ୍ତ ହେବେ । କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଫଳ । | |
ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଧନବାନ୍ ହୋଇପାରନ୍ତି । ଘରଣୀଙ୍କ ମନନେବାରେ ସଦ୍ଧିହସ୍ତ ହେବେ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ରଙ୍କ ପାଇଁ ସୁଖ ଭୋଗ କରିବେ । ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସ୍ୱଳ୍ପ ଫଳ । | |
ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟରୁ ସ୍ୱଳ୍ପ ଲାଭ ମଳିବ । ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ସତର୍କତାର ଦିନ । ସ୍ୱାସ୍ଥ୍ୟ ହାନି ଘଟିପାରେ । ଅଧିକ ଖର୍ଚ୍ଚାନ୍ତ ହେବେ । | |
ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁ ସହାୟତା ମଳିବ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ । ବ୍ୟବସାୟ ଲାଭଜନକ ହେବ । ଅବିବାହିତଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ । ଉତ୍ତରା ଫାଲ୍ଗୁନୀ ଓ ମଘା ନକ୍ଷତ୍ରର ସାମାନ୍ୟ ଫଳ । | |
ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ମନରେ ଗର୍ବାଭାବ ବହନ କରପାରନ୍ତି । ଶତ୍ରୁନାଶ କରି ଉତ୍ଫୁଲ୍ଲିତ ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ଦାତା, ଭୋକ୍ତା, ଗୁଣବାନ୍, ଧନୀ ଓ ମାନୀ ହୋଇପାରନ୍ତି । ଉତ୍ତରାଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରର ସାମାନ୍ୟ ଫଳ । | |
ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ରାଜନୀତି କ୍ଷେତ୍ରରେ ନିଜର ପଦମର୍ଯ୍ୟାଦା ବଜାୟ ରଖିବେ । ଚଞ୍ଚଳ ପ୍ରକୃତିର କନ୍ୟା ଲାଭ ହୋଇପାରେ । କଛି ଅର୍ଥ ମିଳିବାର ଶୁଭ ସୂଚନା ଅଛି । ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ସତ୍କ୍ରିୟା ଯୁକ୍ତ ହେଲେ ବି ସୁଖହୀନ ହୁଏ । | |
ଅନୁରାଧା ଓ ଜୈଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ପରିବେଶ ଲାଭଜନକ ହେବ । ଶତ୍ରୁନାଶ କରବାରେ ସଦ୍ଧହସ୍ତ ହେବେ । କୃଷିକ୍ଷେତରୁ ଲାଭବାନ୍ ହେବେ । ଯାନବାହନ ସୁଖ ମିଳିବ । ବିଶାଖା ନକ୍ଷତ୍ର ଜାତ ସୁଖହୀନ ହୋଇପାରେ । | |
ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି କିଛି ସେବା କାର୍ଯ୍ୟ କରି ଆତ୍ମଗର୍ବରେ ମଜ୍ଜି ପାରନ୍ତି । ପ୍ରିୟଭାଷୀ ଓ ଧନ-ଯାନବାହାନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ । ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ବ୍ୟକ୍ତିଙ୍କର ଶୁଭଫଳ । | |
ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁ ସହଯୋଗ ମିଳିବ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ଅର୍ଥ ପ୍ରାପ୍ତ ହେବେ । ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ ସମଫଳ ପ୍ରାପ୍ତ ହେବେ । | |
ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଧନବାନ୍ ଓ ସୁଗୁଣ ସମ୍ପନ୍ନ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ । ତେଜୀୟାନ୍ ହେବେ । ପୂର୍ବ ଭାଦ୍ରପଦ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତିଙ୍କର ସାମାନ୍ୟ ଫଳ । | |
ଉତ୍ତରା ଭାଦ୍ରପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦୀ ହେବେ । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରପାରନ୍ତି । ଧର୍ମ ମାର୍ଗରେ ମନୋନିବେଶ କରିବେ । ପୂର୍ବ ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତିଙ୍କର ଖର୍ଚ୍ଚ ବୃଦ୍ଧି ହୋଇପାରେ । |
Odia Calendar 2019
Comments
comments