OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 5th Dec 2019

Odia Rashiphala

Odia Rashiphala

ସଯଯୋଗର ଉପଯୋଗ କରିପାରନ୍ତି । ଶ୍ରମ ସାର୍ଥକ ହୋଇପାରେ । ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।
କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁସମ୍ୱାଦ ପାଇ ଉତ୍‌ଫୁଲ୍ଲିତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ ।
ଭଲ ରୋଜଗାର ହେବାର ସୂଚନା ମିଳୁଛି । ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଉପରେ କାନ ଡେରିବେ ।
ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅନାଦର ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ ।
ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ । ସୁଖକର ଘଟଣା ମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।
ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ । ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ ।
ଧନ-ସମ୍ପଦ ଲାଭର ସୂଚନା ମିଳୁଛି । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରେ ପ୍ରଚୁର ଲାଭ ମିଳିବ । ହଠାତ୍ କିଛି ଅର୍ଥ ମିଳିପାରେ ।
ଯେକୌଣସି କାର୍ଯ୍ୟ ବରାଦ ହେଲେ ବି; ସେଥିରେ ଉତ୍ସାହ ବୃଦ୍ଧି ପାଇବ । ପରିଶ୍ରମର ମୂଲ୍ୟ ମିଳିବ । କନ୍ୟା ସନ୍ତାନ ଆପଣଙ୍କ ପାଇଁ ଶୁଭଦାୟକ ହେବ । କେତେକ କ୍ଷେତ୍ରରେ ଭୁଲ-ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ତ୍ୟାଗପୁତ ଜୀବନଯାପନ କରିବେ ।
ସଞ୍ଚୟର ଉପଯୋଗ କରିପାରନ୍ତି । କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବେ ।
ଖବର ଆପଣଙ୍କ ପାଇଁ ସୁଖକର ହେବ ନାହିଁ । ତଥାପି ଭାଗ୍ୟର ପରିବର୍ତ୍ତନ ଆଶାକରାଯାଏ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ପରିବେଶ ସ୍ୱାସ୍ଥ୍ୟ ହାନିର କାରଣ ହୋଇପାରେ । ଏକ ପତ୍ନୀ ବ୍ରତ ଆଚରଣ କରିପାରନ୍ତି । ଅଶାନ୍ତି ଦୂର ହୋଇପାରେ ।
ଧର୍ମ-ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ । ଉଚ୍ଚ ଆଶା ପୂରଣ ହୋଇପାରେ । ଭଲ ଆୟ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନ ମିଳିବ । ନୂଆବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସୁଖଭୋଗ କରିପାରନ୍ତି ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ବୃଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ । ମିଠା କଥାରେ ପରକୁ ନିଜର କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments