![]() |
ସୁଯୋଗର ଉପଯୋଗ କରିପାରନ୍ତି । ପଥରୋଧକୁ ଏଡ଼ାଇ ଆଗକୁ ବଢ଼ିବେ । ଶୁଭ ସମାଚାର ପାଇ ଖୁସି ହେବେ । ଯାତ୍ରା ଫଳପ୍ରଦ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ସରକାରୀ କୃପା ମିଳିବ । |
![]() |
ଆୟ ଆଶାନୁରୂପ ହେବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଚିତ୍ତରେ ପ୍ରସନ୍ନତା ଦେଖା ଦେବ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସର୍ବ ସୌଖ୍ୟ ଲାଭ କରିପାରନ୍ତି । |
![]() |
ପରଧନରେ ଧନୀ ହୋଇପାରନ୍ତି । ପ୍ରିୟଭାଷୀ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ । ସୁସ୍ଥ ଓ ନିରାମୟ ରହିବେ । ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଭୋଗ ଓ ବିଳାସୀ ହେବେ । |
![]() |
ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରନ୍ତି । ଶିଳ୍ପ ପାରଦର୍ଶୀ ହେବେ । କର୍ମଚଞ୍ଚଳ ରହିବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ଯୋଗ ଅଛି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |
![]() |
ବନ୍ଧୁ ସହାୟତା ପାଇ ଉପକୃତ ହେବେ । ଶାନ୍ତ, ଶିଷ୍ଟ ସ୍ୱଭାବର ହେବେ । ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରୀୟ ହେବା ଆଶା କରାଯାଏ । ପୁତ୍ର ସୁଖ ମିଳିପାରେ । ବାକ୍ପଟୁ ହୋଇପାରନ୍ତି । ଶାସ୍ତ୍ରଜ୍ଞ ହୋଇପାରନ୍ତି । |
![]() |
ପ୍ରୀତି ଲାଭ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସେବା ମନୋଭାବର ହେବେ । ସଞ୍ଚୟାଭିମୁଖୀ ହୋଇପାରନ୍ତି । ବିଦ୍ୱାନ୍ ଓ ଦୟାଳୁ ସ୍ୱଭାବର ହେବେ । ଧୈର୍ଯ୍ୟବାନ୍ ହେବେ । ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ । ସନ୍ମାର୍ଗୀ ହେବେ । |
![]() |
ଅଜାତ ଶତ୍ରୁ ହୋଇପାରନ୍ତି । ନିଜକର୍ମରେ ଦକ୍ଷତା ପ୍ରତିପାଦନ କରିବେ । ଚତୁର ହେବେ । ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶଯୁକ୍ତ ହେବେ । ଧନଶାଳୀ ହେବେ । ସରକାରୀ ଧନ ମିଳିପାରେ । |
![]() |
ବିବାଦୀୟ ପରିସ୍ଥିତି ସ୍ୱାର୍ଥ ହାସଲ କରିପାରନ୍ତି । କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ ଯାନବାହନ ସୁଖ ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ଧନଶାଳୀ ହୋଇପାରନ୍ତି । |
![]() |
ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । ଶଙ୍କାହୀନ ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁ ସୁଖଭୋଗ କରିପାରନ୍ତି । ବୁଦ୍ଧି, ବିଦ୍ୟା ଓ ଶ୍ରେଷ୍ଠ କର୍ମଯୁକ୍ତ ହେବେ । |
![]() |
ତ୍ୟାଗପୁତ ମନୋବୃତ୍ତିର ହୋଇପାରନ୍ତି । ନୀତିନିଷ୍ଠ ହେବେ । ବିବିଧ ଧନର ଅଧିକାରୀ ହେବେ । ଚଞ୍ଚଳମନା ହୋଇପାରନ୍ତି । ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସହିଷ୍ଣୁ ହେବେ । ଉତ୍ତମ ବଂଶରୁ କନ୍ୟା ଲାଭ ହେବ । |
![]() |
ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ବନ୍ଧୁ ସୁଖ ମିଳିପାରେ । ଧନବାନ୍ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପାର୍ଜନକାରୀ ହେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଶତ୍ରୁଘାତୀ ହେବେ । କର୍ମଚଞ୍ଚଳ ରହିବେ । |
![]() |
ଖର୍ଚ୍ଚାନ୍ତ ହେବା ଆଶା କରାଯାଏ । ଦାନଶୀଳ ହେବେ । ଆନନ୍ଦ ଉପଭୋଗ କରିବେ । ଗୁଣବାନ୍ ହେବେ । ଧନଶାଳୀ ହେବେ । ମାନ-ସମ୍ମାନଯୁକ୍ତ ହେବେ । ପ୍ରଭୂତ ବିତ୍ତର ଅଧିକାରୀ ହେବେ । ପରୋପକାରୀ ହୋଇପାରନ୍ତି । |