![]() |
ସୁଖ ସନ୍ତୋଷ ଲାଭ କରିବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଭୋଗୀ ଓ ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ । ସରକାରୀ ଅର୍ଥ ମିଳିବ । |
ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଗୃହ ପରିବେଶ ବାସୋପଯୋଗୀ ହେବ । କୀର୍ତ୍ତିମାନ୍ ହୋଇପାରନ୍ତି । ବହୁବିଧ ଧନର ଅଧିକାରୀ ହେବେ । ଗୁଣବାନ୍ ହେବେ । | |
ସେବାକାର୍ଯ୍ୟରେ ନିୟୋଜିତ ହେବେ । ଧନବାନ୍ ହେବେ । ମହିଳା ଗୋଷ୍ଠୀର ଆସ୍ଥାଭାଜନ ହେବେ । ନୃତ୍ୟ-ସଂଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶ୍ୱସୀ ହେବେ । ରାଜକୋଷ ଅର୍ଥ ମିଳିପାରେ । | |
ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ସଦାସର୍ବଦା ସତ୍ୟମାର୍ଗରେ ପରିଚାଳିତ ହେବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ । ଧନଲୋଭକାରୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହେବେ । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ । | |
ଉତ୍ତମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ । ସ୍ୱର୍ଣ୍ଣାଦି ଲାଭ ସୂଚନା ମିଳୁଛି । ସ୍ତ୍ରୀ ଧନ ହେତୁ ସୁଖୀ ହୋଇ ପାରନ୍ତି । ମନ୍ତ୍ରଣାଦାତା ହେବେ । କାବ୍ୟକର୍ତ୍ତା ହୋଇ ପାରନ୍ତି । ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବର ହେବେ । | |
ସମ୍ମିଳିତ ହେବେ । ଶତ୍ରୁ ଦମନ କରି ପାରନ୍ତି । ଧନଭୋଗର ସୂଚନା ମିଳୁଛି । ଐଶ୍ୱର୍ଯ୍ୟା ପ୍ରାପ୍ତ ହେବେ । ତେଜୀୟାନ୍ ହୋଇ ପାରନ୍ତି । ବାହୁରେ ପୀଡ଼ା ଉପୁଜି ପାରେ । ଗୋ-ଦାନ କରିପାରନ୍ତି । ଦିନଟି ଶୁଭଙ୍କର । | |
କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ରାଜପୂଜିତ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । ଗ୍ରାମାଧୀଶ ହୋଇପାରନ୍ତି । ପରାକ୍ରମଶାଳୀ ହେବେ । ବହୁଜନଙ୍କ ପୋଷକ ହେବା ଆଶା କରାଯାଏ । | |
ବିବାଦୀୟ ଘଟଣାରେ ବିଜୟୀ ହେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ଉତ୍ତମ ମାନର ହେବ । ମନ ପ୍ରସନ୍ନ ରହିବ । ଶ୍ରେଷ୍ଠ ସମ୍ମାନ ଯୁକ୍ତ ହେବେ । ଶଙ୍କାହୀନ ହେବେ । ଦେବ, ଗୁରୁ ଭକ୍ତ ହେବେ । | |
ଶ୍ରମର ମୂଲ୍ୟାଙ୍କନ ହେବ । ସକଳ ଗୁଣଯୁକ୍ତ ହେବେ । ସୁଖୀ ହେବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ପ୍ରତିଯୋଗିତାରେ ବିଜୟୀ ହେବେ । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ । | |
ତ୍ୟାଗଶୀଳ ହୋଇପାରନ୍ତି । ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳମନା ହେବେ । ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ । ଅସମାହିତ ସମସ୍ୟାର ସମ୍ମୁଖୀନ ହେବେ । ପରଚର୍ଚ୍ଚାରେ ମଗ୍ନ ରହିବେ । | |
ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଧନବାନ୍ ହୋଇପାରନ୍ତି । ଆପଣାର ଗୁଣ ଅଧିକାରୀ ହେବେ । ବେଦ ପଥାବଲମ୍ବୀ ହେବେ । ଉପାର୍ଜନକାରୀ ହୋଇପାରନ୍ତି । ଚିନ୍ତାଧାରା ଉତ୍ତମମାନର ହେବ । | |
କାର୍ଯ୍ୟରେ ବିଘ୍ନ ଉପୁଜିପାରେ । ବହୁ ବ୍ୟୟର ସମ୍ମୁଖୀନ ହେଉଥିବାବେଳେ ପ୍ରଭୂତ ବିତ୍ତର ଅଧିକାରୀ ହେବେ । ଯାତ୍ରା ମାର୍ଗ ସୁଗମ ହେବ । ଅଯଥା ବିତର୍କରୁ ଓହରି ଯାଇପାରନ୍ତି । ମଧୁର କଥା କହି ପରକୁ ଆପଣାର କରିପାରନ୍ତି । |
Odia Calendar 2021
Comments
comments