OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 3rd Dec 2020

Odia Rashiphala

Odia Rashiphala

ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ ।
ରାଜପ୍ରାସାଦ ଭଳି ଗୃହ ସୁଖ ମିଳିବ । ଯାନବାହନ ସୁଖ ମିଳିପାରେ । ନବବସ୍ତ୍ର ପରିଧାନ କରିପାରନ୍ତି । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ନିଷ୍ଠାପର ହୋଇ କାର୍ଯ୍ୟ କରିବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।
ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁଙ୍କ ସାକ୍ଷାତ୍ ମିଳିବ । ଚିନ୍ତାଧାରା ଉନ୍ନତମାନର ହେବ ।
କାର୍ଯ୍ୟରେ ଅଗ୍ରଗାମୀ ହେବେ । ଅଯଥା ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ହୋଇପାରନ୍ତି । ଛଳନା ପୂର୍ଣ୍ଣ ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । କର୍ମଚଞ୍ଚଳ ରହିବେ । ସୁଖ ମିଳିବ ।
ମନ ପ୍ରସନ୍ନ ରହିବ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ବଢ଼ିବ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ ।
ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । କରିତ୍‌କର୍ମା ହେବେ ।
ପରୋପକାରୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି । ଭକ୍ତିଗାଥା ଶୁଣିବାରେ ଆଗ୍ରହୀ ହେବେ ।
ଜଞ୍ଜାଳରେ ଛନ୍ଦି ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ । ଲୋକ ସଂପର୍କ ବୃଦ୍ଧି ପାଇବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବା କଷ୍ଟସାଧ୍ୟ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନ କରିବା ଭଲ ।
ସୁଖ ସନ୍ତୋଷ ଲାଭ କରିପାରନ୍ତି । ବହୁ ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବାରେ ସିଦ୍ଧହସ୍ତ ହେବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ସୁଖାଦ୍ୟ ମିଳିବ । ଆନନ୍ଦ ଉପଭୋଗ କରିବେ ।
କଳେ, ବଳେ, କୌଶଳେ କାର୍ଯ୍ୟ ହାସଲ କରିପାରନ୍ତି । ବନ୍ଧୁ ସହାୟତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବାରେ ସକ୍ଷମ ହେବେ ।
ଦେବଦେବୀ ଦର୍ଶନ ଶୁଭଦାୟକ ହେବ । ଶ୍ରମର ମୂଲ୍ୟାଙ୍କନ ହେବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । କର୍ମ କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ସନ୍‌ମାର୍ଗୀ ହେବେ ।
ସମ୍ମାନିତ ହୋଇପାରନ୍ତି । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଶୁଭକାର୍ଯ୍ୟ ପାଇଁ ପ୍ରସ୍ତୁତି ପର୍ବ ଶେଷ ହେବ । ଅସାଧ୍ୟ ସାଧନ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments