OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 31th Dec 2020

Odia Rashiphala

Odia Rashiphala

ଲୋଭଗ୍ରସ୍ତ ହୋଇପାରନ୍ତି । କର୍ମରେ ଅଗ୍ରଗତି ହେବ । ସର୍ବ ସୁଖ ଲାଭ କରିପାରନ୍ତି । ସକଳ ଗୁଣର ଆଧାର ହେବେ । ସୁଖଭୋଗ କରିବେ । କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ନିନ୍ଦା, ଅପମାନ ପ୍ରତି ସତର୍କ ହେବେ ।
ଉଚ୍ଚ ଆଶା ଫଳବତୀ ହେବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଚଞ୍ଚଳମନା ହେବେ । ଅତସୁଖୀ ଓ କୀର୍ତ୍ତିମାନ୍ ହେବେ ।
ଲାଗି ରହିଥିବା ବିବାଦରେ ଉଭୟ ପକ୍ଷ ରାଜିନାମାରେ ତୃତୀୟ ପକ୍ଷର ଆବଶ୍ୟକ ପଡ଼ିବ ନାହିଁ । ଧନବାନ୍ ହୋଇପାରନ୍ତି । ଗୁଣଜ୍ଞ ହେବେ । ଭଲ ଉପାର୍ଜନ କରି ସୁଖୀ ହେବେ । ସୁସ୍ଥ ରହିବେ । ଯାନବାହନ ଓ ଗୃହ ସୁଖ ମିଳିବ ।
ଯଶସ୍ୱୀ ହେବେ । ସମ୍ମାନିତ ହୋଇପାରନ୍ତି । ସୁଖଭୋଗ କରିବେ । ଆତ୍ମସନ୍ତୋଷ ଲାଭକରିବେ । ମଉଜ ମଜଲିସ୍ କରି ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ଯଶସ୍ୱୀ ହେବେ । ବିଳାସ ବ୍ୟସନ କରିପାରନ୍ତି ।
ଦୈନନ୍ଦିନ କାର୍ଯ୍ୟରେ ସମୟାନୁବର୍ତ୍ତିତା ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିବ । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ ।
ଉପଜୁଥିବି ବିବାଦର ଆପୋସ ସମାଧାନ ହୋଇପାରେ । ଆଶ୍ୱସନା ମିଳିବ । ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ । ସରକାରୀ ଅର୍ଥ ମିଳିପାରେ । ବହୁବିଧ ଧନର ଅଧିକାରୀ ହେବେ । ଉତ୍ତମ ଗୁଣଯୁକ୍ତ ହେବେ ।
ଗୁରୁଙ୍କର ତାଡ଼ନା ଆପଣଙ୍କ ପାଇଁ କଲ୍ୟାଣକାରୀ ହେବ । କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବେ । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପ୍ରତିଯୋଗିତାରେ ବିଜୟୀ ହେବେ । ଅର୍ଥ ମିଳିବ ।
ସେବା ପୂଜାରେ ମନୋନିବେଶ କରିପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି; ତଥାପି କର୍ମଚଞ୍ଚଳ ରହିବେ । ଅନ୍ତରରେ ଦୁଃଖ ଥାଇବି ମୁହଁରେ ହସ ଫୁଟିବ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ଶୁଭକାର୍ଯ୍ୟ ବର୍ଜନୀୟ ।
ଶତ୍ରୁଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ । ସୁକନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ବନ୍ଧୁ ସହାୟତା ମିଳିବ । ଇଚ୍ଛାଧୀନ କାର୍ଯ୍ୟ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।
ବନ୍ଧୁ ମିଳନ ଘଟିପାରେ । ମନୋବଳ ଦୃଢ଼ ରହିବ । ଯାତ୍ରା ଶୁଭଦାୟକ ହେବ । ଶତ୍ରୁଙ୍କ ସହିତ ମୁକାବିଲା କରିପାରନ୍ତି । ଧର୍ମମାର୍ଗରେ ମନୋନିବେଶ କରିବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି ।
ନିଜ କାର୍ଯ୍ୟ ପାଇଁ ଗର୍ବ ଅନୁଭବ କରିପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବେ । ଲୋକ ସଂପର୍କ ବୃଦ୍ଧି ହେବ । ଯାନବାହନ ଜନିତ ସୁଖ ଭୋଗ କରିବେ । ଗୃହ ପରିବେଶ ସ୍ୱଚ୍ଛ ରହିବ । ସୁଶାସକ ହେବେ ।
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇପାରନ୍ତି । ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିବେ । ବିଦ୍ୟାବାନ୍ ଶୁଭ ସମାଚାର ପାଇଁ ଖୁସି ହୋଇପାରନ୍ତି । ସମାରୋହରେ ଯୋଗ ଦେଇ ପ୍ରଶଂସିତ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

Comments

comments