![]() |
ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ । କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ଉତ୍ତମ ଭୋଜନ ମିଳିବ । ପତ୍ନୀ ଧନ ଲୋଭୀ ହେବେ । |
ମିତ୍ରଙ୍କ ସହାୟତା ପାଇ ଶତ୍ରୁର ବିନାଶ କରିପାରନ୍ତି । ମନରେ ସ୍ଥିରତା ଆସିବ । ସାରାଦିନ କାର୍ଯ୍ୟବ୍ୟସ୍ତ ହେବେ । ଗୃହପାଳିତ ପଶୁମାନଙ୍କ ପାଇଁ ପଡୋଶୀଙ୍କ ସହ ବୈରୀଭାବ ଉଦ୍ରେକ ହେବ । ଋଣ ପରିଶୋଧ କରିବେ । | |
ସନ୍ତାନମାନେ ସୁଶିକ୍ଷିତ ହେବେ । ସ୍ୱଧର୍ମାନୁରକ୍ତ ହୋଇପାରନ୍ତି । ସତ୍ଚରିତ୍ରଯୁକ୍ତ ଓ ତେଜୀୟାନ ହେବେ । ଅଧ୍ୟୟନରତ ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । | |
ଜଳଜାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହେବେ । ଭୂମି, ଗୃହାଦି ସମ୍ପତ୍ତି ଭୋଗ କରିପାରନ୍ତି । କୂପ ଖନନ କରି ଯଶସ୍ୱୀ ହେବେ । କୃଷି କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଯାନବାହନ ସୁଖ ମିଳିବ । | |
ପର ବିତ୍ତରେ ଧନୀ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଠାକୁରଙ୍କ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ମିଳିବ । | |
ସରକାରୀ ସୂତ୍ରରୁ ଧନ ପ୍ରାପ୍ତ ହେବେ । ସୁବର୍ଣ୍ଣ, ମଣି, ମିକ୍ତା, ରତ୍ନାଦି ବ୍ୟବସାୟ ଲାଭଜନକ ହେବ । ନିଃସ୍ୱାର୍ଥପର ହେବେ । ଅଳ୍ପକେ ସନ୍ତୁଷ୍ଟ ହେବେ । କୀର୍ତ୍ତିମାନ୍ ହୋଇପାରନ୍ତି । ସହିଷ୍ଣୁ ଓ ଅତି ସୁନୀ ହେବେ । | |
ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି । ପୁଣ୍ୟ କର୍ମଶୀଳ ହେବେ । ସମ୍ପତ୍ତିବାନ୍ ଓ ଉଚ୍ଚାସନଯୁକ୍ତ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । | |
ବିବାଦନୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ଧନବାନ୍ ହୋଇପାରନ୍ତି । ସାଧୁ-ସଦାଚାର ରତ ହେବେ । ଶୀଳ ଧନ ପ୍ରାପ୍ତ ହେବେ । ପରୋପକାରରେ ବ୍ୟୟ ବୃଦ୍ଧି ଘଟିପାରେ । | |
ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସେବା କ୍ଷେତ୍ରରେ ବିଦ୍ୟମାନ୍ ହୋଇ କର୍ମତତ୍ପର ହେବେ । ପୌରୁଷର ପରାକାଷ୍ଠା ପ୍ରତିପାଦନ କରିବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । | |
ପରୋପକାରୀ ହେବେ । କର୍ମପ୍ରଧାନ ଓ ନିର୍ଭୟ ହୋଇପାରନ୍ତି । ଦୟା ଭାବ ନ ରହିପାରେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । | |
ଦେବ ଭକ୍ତିସମ୍ପନ୍ନ ହୋଇପାରନ୍ତି । କୃଷି କ୍ଷେତ୍ରରୁ ଲାଭ ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ । | |
ଅତିସାର ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ସତର୍କ ନ ରହିଲେ ଅସ୍ତ୍ର, ଶସ୍ତ୍ରାଦିର ଆଘାତ ଲାଗିପାରେ । ରାତ୍ରବେଳା ବ୍ୟବସାୟରୁ ଲାଭ ଆସିପାରେ । ପାରିବାରିକ ଜୀବନ ସୁଖପ୍ରଦ ହେବ । |
Odia Calendar 2021
Comments
comments