OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 2nd Dec 2021

Odia Rashiphala

Odia Rashiphala

ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ । କର୍ମରେ ସଫଳତା ମିଳିବ । ପତ୍ନୀ ଚଞ୍ଚଳା ଓ ଧନପ୍ରିୟ ହୋଇପାରନ୍ତି । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଭୋଜନ ତୃପ୍ତିଦାୟକ ହେବ ।
ବନ୍ଧୁ ମିଳନରେ ଉପକୃତ ହେବେ । ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରି ଆଶ୍ୱସ୍ତି ହେବେ ।
ରଚନାତ୍ମକ ମନୋଭାବକୁ ସ୍ୱୀକାର କରିବା ପାଇଁ ଅଧ୍ୟୟନରତ ହେବେ । ସନ୍ତାନମାନେ ସୁଶିକ୍ଷିତ, ସ୍ୱଧର୍ମାନୁରକ୍ତ, ସତ୍‌ଚରିତ୍ରଯୁକ୍ତ ଓ ତେଜୀୟାନ ହୋଇପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ ।
ପରିଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ଜଳଜାତ ଦ୍ରବ୍ୟରୁ ଧନ ମିଳିପାରେ । ଭୂମି-ଗୃହାଦି ସମ୍ପଦ ଭୋଗ କରିପାରନ୍ତି । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇ ପାରନ୍ତି । ସୁଖୀ ହେବେ ।
ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ପରଧନରେ ଧନୀ ହେବେ । ଦେବଦର୍ଶନ ଲାଭ କରିବେ । ଅଶାନ୍ତି ଦୂର ହେବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ସୁବର୍ଣ୍ଣ, ମଣି, ମୁକ୍ତା ରତ୍ନାଦି ବ୍ୟବସାୟରୁ ଧନ ଲାଭ ହୋଇପାରେ । ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ । ସୁସ୍ଥ ରହିବେ ।
ଚିତ୍ରବିଦ୍ୟା ପାରଦର୍ଶୀ ହେବେ । ପୁଣ୍ୟ କର୍ମଶୀଳ, ସମ୍ପତ୍ତିବାନ୍ ଓ ଶ୍ରେଷ୍ଠ ପଦ-ପଦବୀଯୁକ୍ତ ହେବେ । ସୁସ୍ୱାଦୁ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ରୋଜଗାରକ୍ଷମ ହେବେ।
ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ଚକ୍ଷୁରେ ସାମୟିକଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଚୋରିଭୟ ଅଛି । ମଧୁର କଥାରେ ପରକୁ ଆପଣାର କରିବେ ।
ବିଭାଗୀୟ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ମହାନ୍‌ ପୌରୁଷର ଅଧିକାରୀ ହୋଇପାରନ୍ତି । ପୁଷ୍ପ ଓ ବସନ ବ୍ୟବସାୟ ଲାଭଜନକ ହେବ । ଅଧିକ ଅଭିଜ୍ଞତା ଅର୍ଜନ ପାଇଁ କାର୍ଯ୍ୟ କରିଚାଲିବେ ।
ପରୋପକାରୀ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ । ଆର୍ଥିକ ସ୍ଥିତି ଉନ୍ନତମାନର ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ପ୍ରଭୁପାଦରେ ତଥା ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି । ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ସେବାପୂଜାରେ ରିଷ୍ଟ ଖଣ୍ଡନ କରିପାରନ୍ତି । କାୟ ମନୋବାକ୍ୟରେ ଧର୍ମ ଆଚରଣ କରିବେ । ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି । ଯାନବାହନ ଚଳାଚଳରେ ସତର୍କ ରହିବେ । ଖଳ ପ୍ରକୃତି ବନ୍ଧୁଙ୍କୁ ତ୍ୟାଗ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments