OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Thursday 27th January 2022

Odia Rashiphala

Odia Rashiphala

ଲୋଭାସକ୍ତ ଓ ଧନପ୍ରିୟ ହୋଇପାରନ୍ତି । ଦିନକ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ପ୍ରୀତିଭୋଜନ ସହ ଆନନ୍ଦ ଉପଭୋଗ କରିବେ ।
ସତ୍‌ମାର୍ଗରେ ପରିଚାଳିତ ହେବେ । ବନ୍ଧୁପ୍ରିୟ ହେବେ । ପାଳିତ ପଶୁ ପାଇଁ ପଡ଼ୋଶୀ ସହ ବିବାଦ ଉପୁଜିପାରେ । ପତ୍ନୀ ସ୍ନେହୀ ହେବେ । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ଋଣମୁକ୍ତ ହୋଇପାରନ୍ତି ।
ଧର୍ମାନୁରକ୍ତ ହେବେ । ଚରିତ୍ରବାନ୍ ହୋଇପାରନ୍ତି । ତେଜୀୟାନ ହେବେ ଓ ସନ୍ତାନମାନେ ସୁଶିକ୍ଷିତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ପ୍ରଚୁର ଅର୍ଥାଗମ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଦ୍ୱିଜଙ୍କ ସହିତ ମିତ୍ରତା କରି ଆତ୍ମ ସନ୍ତୋଷ ଲାଭ କରିବେ । ବିନୟ ଭାବର ହେବେ । ଧର୍ମ ମାର୍ଗରେ ମନୋନିବେଶ କରି ଶାନ୍ତି ପାଇବେ । ଦେବ ଆରଧାନା ନିରତ ହେବେ । ଶ୍ରମର ମୂଲ୍ୟାଙ୍କନ ହେବ ।
ବ୍ରହ୍ମ ଉପାସକ ହୋଇପାରନ୍ତି । ଆୟ ସରକାରୀ ସ୍ତରରୁ ଆସିପାରେ । ଅଶାନ୍ତି ଦୂର ହେବ । ପତ୍ନୀ ସୁଖଦାୟିକା ହେବେ । ଭ୍ରାତୃ ଭାବ ଅତୁଟ ରହିବ । ପରବିତ୍ତରେ ଧନ୍ୟ ହେବେ । ଶୁଦ୍ରଙ୍କ ସହ ମିତ୍ରତା ହେବ ।
ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁବର୍ଣ୍ଣ ଅଳଙ୍କାରାଦି ବ୍ୟବସାୟରୁ ଧନଲାଭ ହୋଇପାରେ । ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ । ମତିମାନ୍ ହୋଇପାରନ୍ତି ।
ଚିତ୍ର ବିଦ୍ୟା ପାରଦର୍ଶୀ ହେବେ । ଅତିଶୟ ପୁଣ୍ୟକର୍ମଶୀଳ ହୋଇପାରନ୍ତି । ସମ୍ପତ୍ତିବାନ୍ ହେବେ । ରାଜପୂଜା ମିଳିବ । ପ୍ରୀତିଭୋଜନରେ ଆପ୍ୟାୟିତ ହେବେ । ଚିନ୍ତାଧାରା ଉନ୍ନତମାନର ହେବ । ସୁସ୍ଥ ରହିବେ ।
ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବାକୁ ଚେଷ୍ଟା କରିବେ । ବନ୍ଧୁଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାରୁ ମନ ଖୁସି ରହିବ । ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ । ମହିଳାମାନେ ଭାବ ପ୍ରବଣତା ପ୍ରକାଶ କରିବେ ।
ସରକାରୀ ସ୍ତରରୁ ଧନ ପ୍ରାପ୍ତ ହେବେ । ସେବା କ୍ଷେତ୍ରରେ ନିୟୋଜିତ ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ ।
କର୍ମତତ୍ପର ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ଦେବ-ଦ୍ୱିଜପରାୟଣ ହୋଇପାରନ୍ତି । କୃଷିକ୍ଷେତରୁ ଆୟ ଆସିବ । ପୁରାତନ ଶବ୍ଦ ଭଣ୍ଡାରର ପେଡ଼ି ଖୋଲି ଦେଇପାରନ୍ତି । ପାଣ୍ଡିତ୍ୟର ପ୍ରତିଭା, ପରିସ୍ଫୁଷ୍ଟ କରାଇପାରନ୍ତି । କ୍ଷମତାର ସଦ୍ ବ୍ୟବହାର କରିବେ ।
ସାମାନ୍ୟ ଅସୁସ୍ଥ ଥାଇ ମଧ୍ୟ ଧର୍ମଧ୍ୱଜାଧାରୀ ହେବେ । ନିର୍ଭୟରେ ବିପଦର ମୁକାବିଲା କରିବେ । ଉନ୍ନୟନ କାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ । ଅଭାବ ପୂରଣ ହେବ; ମାତ୍ର ବିଳମ୍ବରେ। ସର୍ତକ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments